Tue. Dec 24th, 2024

ନ୍ୟୁଜ ଡେକ୍ସ: ଚାଲିଛି ହରିୟାଣା ଏବଂ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ଭୋଟ ଗଣତି l ପ୍ରାରମ୍ଭିକ ପର୍ଯ୍ୟାୟରେ ହରିୟାଣାରେ ବିଜେପି ଆଗରେ ଥିବା ବେଳେ ଜମ୍ମୁକାଶ୍ମୀରରେ କଂଗ୍ରେସ ଆଗରେ ରହିଛି l ତେବେ ଆମେ ଆପଣଙ୍କୁ ଜଣେ ଏପରି ମହିଳାଙ୍କ ବିଷୟରେ ଜଣେଇବୁ ଯେ କି କେବଳ ରାଜନୀତିରେ ନୁହେଁ ବରଂ ଦେଶର ସବୁଠାରୁ ଧନୀ ମହିଳା ମଧ୍ୟ l କଂଗ୍ରେସର ରାମନିଭା ରାଡା ଦ୍ୱିତୀୟ ସ୍ଥାନରେ ଏବଂ ଭାଜପା ପ୍ରାର୍ଥୀ ଡକ୍ଟର କମଲ ଗୁପ୍ତା ତୃତୀୟ ସ୍ଥାନରେ ଅଛନ୍ତି। ସାବିତ୍ରୀ ଜିନ୍ଦଲ ୩୮୩୬ ଭୋଟରେ ଆଗୁଆ ଅଛନ୍ତି।

୨୦୧୯ ବିଧାନସଭା ନିର୍ବାଚନରେ ଭାଜପାର କମଲ ଗୁପ୍ତା ଜିତିଥିଲେ। ୨୦୧୪ରେ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଟିକେଟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାଜପାର କମଲ ଗୁପ୍ତା ତାଙ୍କୁ ପରାସ୍ତ କରିଥିଲେ। ଏହାପୂର୍ବରୁ ସାବିତ୍ରୀ ଜିନ୍ଦଲ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବରେ ବିଧାନସଭା ନିର୍ବାଚନରେ ଜିତିଥିଲେ। ଦେଶର ଧନୀ ମହିଳା ତାଲିକାରେ ସାବିତ୍ରୀ ଜିନ୍ଦଲଙ୍କୁ ସାମିଲ କରାଯାଇଛି। ୮୪ ବର୍ଷ ବୟସରେ ମଧ୍ୟ ସେ ଜିନ୍ଦଲ ଗ୍ରୁପର ଦାୟିତ୍ୱ ତୁଲାଉଛନ୍ତି। ତାଙ୍କୁ ଭାଜପା ପକ୍ଷରୁ ଟିକେଟ ଦିଆଯାଇ ନ ଥିଲା। ସେ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିଲେ। ନିକଟରେ ଭାଜପା ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ସାବିତ୍ରୀ କହିଛନ୍ତି, ଏହା ତାଙ୍କର ଶେଷ ନିର୍ବାଚନ ଏବଂ ସେ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛନ୍ତି। ୨୦୦୫ ମସିହାରେ ଜିନ୍ଦଲ ହିସାର ନିର୍ବାଚନ ମଣ୍ଡଳୀରୁ ହରିୟାଣା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ l

୨୦୦୯ ମସିହାରେ, ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ପୁନଃ ନିର୍ବାଚିତ ହୋଇଥିଲେ l ୨୦୦୫ରେ ହିସାର ଉପ-ନିର୍ବାଚନ ଜିତିବା ପରେ ସେ ଭୂବିନ୍ଦର ସିଂହ ହୁଡ୍ଡାଙ୍କ ନେତୃତ୍ବଧୀନ ହରିୟାଣା କଂଗ୍ରେସ ସରକାରରେ ୯ ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ହେଲେ ୨୦୧୪ରେ ରାଜ୍ୟ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କମଲ ଗୁପ୍ତାଙ୍କ ଠାରୁ ବିଧାନସଭା ନିର୍ବାଚନ ହାରି ଯାଇଥିଲେ । ଏବଂ ୨୯ ଅକ୍ଟୋବର ୨୦୧୩ ମସିହାରେ ସେ ହରିୟାଣା ସରକାରର କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ପରେ ୨୦୧୪ ମସିହାରେ ହରିୟାଣା ବିଧାନ ସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ସେ ନିଜର ଆସନ ହରାଇଥିଲେ ।

Leave a Reply

Your email address will not be published. Required fields are marked *