ନ୍ୟୁଜ ଡେକ୍ସ: ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ବାହ୍ୟ ଶକ୍ତି କିମ୍ବା ଅନ୍ତ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯିବ । କାରଣ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ ।
ମନ୍ତ୍ରୀଙ୍କ କହିଛନ୍ତି, ଦେଶର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ ଦିଆଯିବ । ବାହ୍ୟ ଶକ୍ତି କିମ୍ବା ଅନ୍ତଃ ଶକ୍ତି ମୁକାବିଲା ପାଇଁ ଏହି ପ୍ରଶିକ୍ଷଣ ଦିଆଯିବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯିବ । ଏଥିରେ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ । ଏନିସିସି ଛାତ୍ରଛାତ୍ରୀଙ୍କୁ ସାମରିକ, ଅର୍ଦ୍ଧସାମରିକ, ପୋଲିସ ସେବାରେ ନିୟୋଜନ ପାଇଁ ତାଲିମ ଦିଆଯିବ । ଦେଶ ସେବା ପାଇଁ ‘ସୁଯୋଗ ସୃଷ୍ଟି ସହ ଏନସିସିକୁ ଆହୁରି ସଶକ୍ତ କରାଯିବ । ନୂଆ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ଏଥିପାଇଁ ଏକ ସ୍ୱତନ୍ତ୍ର କ୍ଲଜ ଅଛି ।
ସଦ୍ୟତମ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଚିନ୍ତାମଧ୍ୟରେ କିଛି ଏପରି ସୂଚନା ରଖିଛନ୍ତି ମନ୍ତ୍ରୀ ।ଛାତ୍ରଛାତ୍ରୀମାନଙ୍କୁ ଶାରୀରିକ କୌଶଳର ତାଲିମ ଦିଆଯିବା ସହ ସେମାନଙ୍କୁ ସାମରିକ କିମ୍ୱା ଅର୍ଦ୍ଧ ସାମରିକ ବାହିନୀରେ କିଭଳି ସାମିଲ କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ଅନେକ ସର୍ବଦଳୀୟ ବୈଠକ ଡକାଯାଇଛି । ସମସ୍ତେ ଦେଶ ପାଇଁ ଏକ ହୋଇଛନ୍ତି । ସମସ୍ତଙ୍କୁ ନେଇ ସିଜ୍ଫାୟାର ନିଷ୍ପତ୍ତି ନିଆଯାଇଛି । ସବୁ ନିଷ୍ପତ୍ତିର କ୍ଷମତା ସେନାକୁ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
