Fri. Oct 24th, 2025

ନ୍ୟୁଜ ଡେକ୍ସ : ଆସନ୍ତା ମାସରେ ଭାରତ ନୂତନ ପ୍ରଧାନ ବିଚାରପତି (CJI) ପାଇବାକୁ ଯାଉଛି। ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଦେଶର ୫୩ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। କେନ୍ଦ୍ର ସରକାର ଏହାସମ୍ବନ୍ଧୀୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି।ବର୍ତ୍ତମାନର CJI ବିଆର ଗଭାଇ ନଭେମ୍ବର ୨୩ରେ ଅବସର ନେବେ।

ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବା ପାଇଁ ସରକାର ଶୁକ୍ରବାର ସୁଦ୍ଧା ଗଭାଇଙ୍କୁ ଚିଠି ପଠାଇବାକୁ ଯାଉଛନ୍ତି। ଏଥିପାଇଁ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ନାମ ପ୍ରାୟ ଚୂଡ଼ାନ୍ତ ହୋଇଛି ବୋଲି ଜଣାପଡ଼ିଛି।ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବା ପରେ ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ନଭେମ୍ବର ୨୪ ତାରିଖରେ ଦେଶର ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ ଏବଂ ସେ ଫେବୃଆରୀ ୯, ୨୦୨୭ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ।ସଂବିଧାନ ଅନୁଯାୟୀ ମୁଖ୍ୟ ବିଚାରପତି ଭାବରେ ସେହି ବିଚାରପତିଙ୍କୁ ନିଯୁକ୍ତ କରାଯାଏ ଯିଏ ସୁପ୍ରିମକୋର୍ଟରେ ବରିଷ୍ଠତମ। ବର୍ତ୍ତମାନ CJI ଗଭାଇଙ୍କ ପରେ ସୁପ୍ରିମକୋର୍ଟର ସର୍ବାଧିକ ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ।

ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ଜନ୍ମ ୧୦ ଫେବୃଆରୀ ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ପେଟୱାର ଗ୍ରାମରେ ହୋଇଥିଲା। ସରଳ ପରିବେଶରେ ବଢ଼ିଉଠିଥିବା ସେ ଗ୍ରାମ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ୧୯୮୧ରେ ହିସାର ସରକାରୀ ପିଜି କଲେଜରୁ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ।୧୯୮୪ରେ ରୋହତକର ମହର୍ଷି ଦିନାନନ୍ଦ ବିଶ୍ୱବିଦ୍ୟାଳୟରୁ LLB ଡିଗ୍ରୀ ପାଇ ସେ ହିସାର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କଲେ। ପରେ ୧୯୮୫ରେ ସେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ, ଚଣ୍ଡିଗଡ଼ରେ ଅଭ୍ୟାସ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *