ନ୍ୟୁଜ ଡେକ୍ସ: କଟକ ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ। ଏକ କପଡ଼ା ଏବଂ ଭିଆଇପି ଲଗେଜ୍ ସୋ’ ରୁମ୍ରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ହୋଇ ଜଳିବାରେ ଲାଗିଥିଲା। କଳାଧୂଆଁ ମୟ ହୋଇଗଲା ପୂରା ଅଞ୍ଚଳ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଦମକଳ ଗାଡ଼ି ପହଞ୍ଚିଥିବା ବେଳେ ଫାୟାର ଫାଇଟ୍ମାନେ ନିଆଁ ଲିଭାଇକୁ ଉଦ୍ୟମ ଜାରି ରଖିଛନ୍ତି। ବିଲ୍ଡିଂର ଉପର ମହଲାରେ ଅବସ୍ଥିତ ଦୋକାନରେ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ। ଯାହାପରେ ସେମାନେ ଅଗ୍ନିସେବା କର୍ମଚାରୀଙ୍କୁ ସୂଚନା ଦେଇଥିଲେ।
ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଶେଷ ରିପୋର୍ଟ ପର୍ଯ୍ୟନ୍ତ କେହି ଅଗ୍ନିକାଣ୍ଡରେ ଆହତ ହୋଇଥିବା ସୂଚନା ମିଳିନାହିଁ।ତେବେ ସୋ’ ରୁମ୍ ଭିତରେ କପଡ଼ା ଏବଂ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ନିଆଁର ପ୍ରକୋପ ଦେଖିବାକୁ ମିଳିଛି । ଅପରପକ୍ଷରେ ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିବା ବେଳେ କ୍ଷୟକ୍ଷତିର ଆକଳନ ମଧ୍ଯ କରାଯାଇନାହିଁ।
