Thu. Mar 5th, 2026

ନ୍ୟୁଜ ଡେକ୍ସ : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀରେ ଭକ୍ତିମୟ ପରିବେଶ ଦେଖାଯାଇଛି। ମହାପ୍ରଭୁ ବିମାନରେ ବିଜେ ହୋଇ ଦୋଳବେଦୀକୁ ପହଞ୍ଚିଛନ୍ତି। ଭକ୍ତମାନଙ୍କ ହରିବୋଲ ଧ୍ୱନି ଓ ଫଗୁ ଖେଳ ମଧ୍ୟରେ ଦୋଳଯାତ୍ରା ଉତ୍ସବ ଉତ୍ସାହର ସହ ପାଳିତ ହେଉଛି।

ଫଗୁ ଦଶମୀରୁ ଦୋଳଯାତ୍ରାର ଆରମ୍ଭ ହୋଇଥାଏ। କେଉଁଠି ପାଞ୍ଚ ଦିନ ତ କେଉଁଠି ଦଶ ଦିନ ଧରି ଦୋଳ ମେଳଣ ଅନୁଷ୍ଠିତ ହୋଇଥାଏ। ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହ ଏହି ପର୍ବର ଗଭୀର ସମ୍ପର୍କ ରହିଛି। ଗାଁ ଗାଁରେ, ଗୋଷ୍ଠୀ ଓ ବ୍ୟକ୍ତି ମଧ୍ୟରେ ସ୍ନେହ ଓ ସଦ୍ଭାବ ବୃଦ୍ଧି ପାଇଁ ଏହାକୁ ସାମୂହିକ ଉତ୍ସବ ଭାବେ ପାଳନ କରାଯାଏ।

ପୁରାଣ ଅନୁସାରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରଙ୍କ ବଧ ମାଧ୍ୟମରେ ପୃଥିବୀର ପାପ ମାତ୍ରା କମିଥିବାର ସ୍ମୃତିରେ ଏହି ପର୍ବ ପାଳନ ଆରମ୍ଭ ହୋଇଥିଲା। ତେଣୁ ଦୋଳ ପୂର୍ଣ୍ଣମୀ କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ସାମାଜିକ ସମ୍ମିଳନ ଓ ଆନନ୍ଦର ପର୍ବ ଭାବେ ଓଡ଼ିଶାରେ ବିଶେଷ ଗୁରୁତ୍ୱ ରଖେ।

Leave a Reply

Your email address will not be published. Required fields are marked *