Fri. Feb 27th, 2026

ନ୍ୟୁଜ ଡେକ୍ସ : ଧନିପୁର ବସ୍ତିରେ ବେଆଇନ୍ ଭାବେ ବାଂଲାଦେଶୀ ନାଗରିକମାନଙ୍କୁ ରଖିବା ଘଟଣା ଫାସ୍‌ ହେବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମଙ୍କ ଘରକୁ ରେଡ୍ କରିବାରେ ନାମିଛି। ସୋମବାର ଧନିପୁର ଓ ସାତପୁରା ବସ୍ତିରେ ବଡ଼ ସ୍ତରର ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓ ସହ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବେହେରାମପୁର ଓ ସାତପୁରା ଧନିପୁରରେ ସୋମବାର ପ୍ରଶାସନ ଚଢ଼ାଉ କରି ବେଆଇନ୍ ନିର୍ମାଣ ଭାଙ୍ଗିଛି । ହେଲେ ଖସି ପଳାଇଛି କାର୍ପଟଦାର ସିକନ୍ଦର ଆଲାମ । ପୂର୍ବରୁ ମର୍ଚ୍ଚାଣ୍ଟ ନ୍ୟାଭିରେ ଥିବା ସିକନ୍ଦର ୫ଟି ଦେଶରୁ ଆଣି ସେଠାରେ ମଦ୍ରାସା ଚଳାଉଥିଲା । ଏବେ ସେ ଫେରାର୍ ଥିବାବେଳେ ପୋଲିସ ତାକୁ ଧରିବାକୁ ଆରମ୍ଭ କରିଛି ଚଢ଼ାଉ ।ମୁଖ୍ୟ କାର୍ପଟଦାର ସିକନ୍ଦରକୁ ଧରିବାକୁ ପୋଲିସ ସ୍ଵତନ୍ତ୍ର ଟିମ୍ ଗଠନ କରିଛି । ଏକାଧିକ ଟିମ୍ ଗଠନ ହୋଇଛି ବେଆଇନ୍ ଭାବେ ରହୁଥିବା ବାଂଲାଦେଶୀଙ୍କୁ ଧରିବାକୁ । ସିକନ୍ଦରର ପାସପୋର୍ଟ ବାତିଲ୍ ସହ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରିବାକୁ ପୋଲିସ ପଦକ୍ଷେପ ନେଉଥିହା କହିଛନ୍ତି ଏସ୍‌ପି ।

ସେହିଭଳି ବାଂଲାଦେଶରୁ ବାଂଲାଦେଶୀ କେଉଁ ରାସ୍ତାରେ ଆସୁଥିଲେ, ଜଳପଥରେ ନା ସ୍ଥଳ ପଥରେ ସେମାନଙ୍କୁ ଜଗତସିଂହପୁର ଅଣାଯାଇଛି ସେନେଇ ତଦନ୍ତ ଚାଲିଛି ।ନକଲି ଆଧାର କାର୍ଡ ନେଇ ତନାଘନା ଚଳାଇଛି ପୋଲିସ । ପଶ୍ଚିମବଙ୍ଗରେ ନାଁ ଓଡ଼ିଶାର କେଉଁଠି ନକଲି ଆଧାର ତିଆରି ହୋଇଛି ସେ ନେଇ ଛାନଭିନ୍ କରାଯାଉଥିବା ଏସ୍‌ପି କହିଛନ୍ତି । ଆବଶ୍ୟକ ସ୍ଥଳେ ତଦନ୍ତ ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇପାରେ । ଧନିପୁରରେ ବେଆଇନ ଭାବେ ରହୁଥିବା ୧୭ ଜଣ ବାଂଲାଦେଶୀଙ୍କୁ ଅଟକ ରଖି ପୋଲିସ ଜେରା କରୁଛି । ସେମାନେ କେଉଁଠି ନକଲି ଆଧାର କାର୍ଡ ପ୍ରସ୍ତୁତ କରିଥିଲେ ସେନେଇ ପଚରାଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *