ନ୍ୟୁଜ ଡେକ୍ସ:ଧର୍ମଗଡ଼ ଉପ-ଜିଲ୍ଲାପାଳ ଧୀମାନ ଚକମା ଗିରଫ । ୨୦୨୧ ବ୍ୟାଚ IAS ଧୀମାନ ଚକମା ଗିରଫ କରିଛି ଭିଜିଲାନ୍ସ । ଧୀମାନ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ତେବେ ଧୀମାନ ଚକମାଙ୍କୁ ଆଜି କୋର୍ଟ ଚାଲାଣ କରିବ କଳାହାଣ୍ଡି ଭିଜଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଜଶୱନ୍ତ ଜେଠୱା ।
ଗିରଫ ପରେ ତାଙ୍କୁ ଗୁରେଇ ତୁରେଇ ଜେରା କରିଥିଲା ଭିଜିଲାନ୍ସ । ତାଙ୍କ ବିରୋଧରେ ଆଗରୁ ବାରମ୍ବାର ଅଭିଯୋଗ ଆସିଥିଲା । ଆଉ ସେହି ଆଧାରରେ ପୁଣିଥରେ ଲାଂଚନେବା ବେଳେ ଧରାପଡିଛନ୍ତି । ଧିମନଙ୍କ ବାସଭବନରୁ ପୁଳାପୁଳା ଟଙ୍କା ଜବତ ହୋଇଛି । ଜଣେ କ୍ରସର ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । କ୍ରସର ମାଲିକଙ୍କଠାରୁ ୨୦ ଲକ୍ଷ ଟଙ୍କା ନେବା ପାଇଁ ଡିଲ ହୋଇଥିଲା ।
ଆଉ ସେହି ଡିଲ ଖବର ଭିଜିଲାନ୍ସ ବିଭାଗ ପାଖରେ ପହଂଚିଥିଲା । ସେ ଯେତେବେଳେ ୨୦ ଲକ୍ଷ ଟଙ୍କା ମଧ୍ୟରୁ ୧୦ ଲକ୍ଷ ଟଙ୍କା ନେଉଥିଲେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଧିମନଙ୍କ ଘରେ ଅଧିକ ଯାଂଚ କରାଯିବାରୁ ଆହୁରି ୪୭ ଲକ୍ଷ ଟଙ୍କା ମିଳିଛି । ସରକାରୀ ବାସଭବନରୁ ମୋଟ ୫୭ ଲକ୍ଷ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଛି ।
