ନ୍ୟୁଜ ଡେକ୍ସ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି।
ଏଥି ସହିତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଚାଷୀମାନେ ନେଉଥିବା ଋଣ ଉପରେ ୧.୫ ପ୍ରତିଶତ ସୁଧ ରିହାତି ସ୍କିମ୍କୁ ୨୦୨୫-୨୬ରେ ମଧ୍ୟ ଜାରି ରଖିବାକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି। ତେବେ ଗ୍ରେଡ୍ ଏ ଧାନ ପାଇଁ କ୍ୱିଣ୍ଟାଲ ପିଛା ୨୩୮୯ ଟଙ୍କା ମିଳିବ । ଜୱାର କ୍ୱିଣ୍ଟାଲ ପିଛା ଏମଏସପି ୩୨୮ ଟଙ୍କା ବଢିଛି । ବାଜରା ୧୫୦, ମାଣ୍ଡିଆ ୫୯୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି ।
ହରଡ ଡାଲି ୪୫୦ ଓ ମୁଗ ଡାଲି କ୍ୱିଣ୍ଟାଲ ପିଛା ଗଝଚ ୮୬ ଟଙ୍କୁ ବୃଦ୍ଧି ହୋଇଥିବା ବେଳେ ବାଦାମ ୪୮୦, ସୂର୍ଯ୍ୟମୁଖୀ ୪୪୧,ସୋୟାବିନ ,୪୩୬ ଟଙ୍କା ବଢିଛି । ସୂଚନା ମୁତାବକ, କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ବୈଠକରେ ଆଜି ୫ଟି ବଡ ନିଷ୍ପତ୍ତି ନିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୃଷକ କଲ୍ୟାଣକୁ ପ୍ରାଥମିକତା ଦେଇ କେନ୍ଦ୍ର ସରକାର ଖରିପ ଋତୁ ପୂର୍ବରୁ ଧାନ ଉପରେ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ।
କେନ୍ଦ୍ର ସରକାରଙ୍କ ତରଫରୁ ୨ ଲକ୍ଷ ୭ ହଜାର କୋଟିର ବଜେଟକୁ ମଞ୍ଜୁରୀ ମିଳିଛି । ଏହାସହିତ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ସହାୟକ ମୂଲ୍ୟ ବାଦ ଚାଷୀଙ୍କୁ ଗତବର୍ଷ କୁଇଣ୍ଟାଲ ପ୍ରତି ୮ଶହ ଟଙ୍କା ବୋନସ୍ ପ୍ରଦାନକରିଥିଲେ । ଚଳିତ ବର୍ଷ ବୋନଓ ଯଦି ଜାରି ରହେ ତାହେଲେ ରାଜ୍ୟର କୃଷକ ମାନେ ଧାନ କୁଇଣ୍ଟାଲ ୩୧୬୯ ଟଙ୍କାରେ ବିକ୍ରି କରିବେ ।
