Thu. Oct 23rd, 2025

ନ୍ୟୁଜ ଡେକ୍ସ : ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ଏକ ବଡ ଯୋଜନା କରିଛନ୍ତି । ଚଳିତ ବର୍ଷ ହେବ ଫର୍ମର e-kyc । କୃଷକମାନେ ପଞ୍ଜୀକରଣ ଆଧାର କାର୍ଡ ସହିତ ସମସ୍ତ ଡକୁମେଣ୍ଟ ପ୍ରଦାନ କରିବେ । ଏହି ସବୁ ଡକୁମେଣ୍ଟ ଅଫିସିଆଲ ସାଇଟରେ ହେବ। କିଏ ପ୍ରକୃତ ଚାଷୀ, ଆଉ କିଏ ନାକଲି ଚାଷୀ ଧାରା ପଡ଼ିବେ । ଭାଗ ଚାଷୀମାନେ ଧାନ ବିକି ପାରିବେ ।

ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେ, ପୂର୍ବବର୍ତ୍ତୀ ଋତୁଗୁଡ଼ିକରେ ଅନେକ ନକଲି ଚାଷୀ ଧାନ ବିକ୍ରି କରୁଥିବା ଜଣାପଡ଼ିଛି। ଇ-କେୱାଇସି ପ୍ରକ୍ରିୟାରେ ଆଙ୍ଗୁଠି ଚିହ୍ନ ଓ ଆଖିର ଆଇରିସ ସ୍କାନ ମାଧ୍ୟମରେ ଚାଷୀଙ୍କ ପରିଚୟ ଯାଞ୍ଚ କରାଯିବ, ଯାହା ଦ୍ୱାରା କେବଳ ପ୍ରକୃତ ଚାଷୀମାନେ ସରକାରୀ ଧାନ କ୍ରୟ ଯୋଜନାରୁ ଲାଭ ଉଠାଇ ପାରିବେ।ମନ୍ତ୍ରୀ ପାତ୍ର ସମସ୍ତ ପ୍ରକୃତ ଚାଷୀଙ୍କୁ ନିଜ ନିଜ ସମବାୟ ସମିତିକୁ ଯାଇ ଧାନ କ୍ରୟ ପଞ୍ଜୀକରଣ ସମୟରେ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି।

ଏହି ପ୍ରକ୍ରିୟା ପ୍ରତ୍ୟେକ ସମବାୟ ସମିତି ସ୍ତରରେ କରାଯିବ। ସେ କହିଛନ୍ତି, “ଚାଷୀମାନେ ଚଳିତ ବର୍ଷ ପଞ୍ଜୀକରଣ ଆରମ୍ଭ ହେବା ସମୟରେ ଇ-କେୱାଇସି ସମ୍ପୂର୍ଣ୍ଣ କରନ୍ତୁ। ଏହା ଦ୍ୱାରା ଆମେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିପାରିବୁ ଏବଂ ନକଲି ଚାଷୀଙ୍କୁ ବାଦ ଦେଇପାରିବୁ।”

Leave a Reply

Your email address will not be published. Required fields are marked *