ନ୍ୟୁଜ ଡେକ୍ସ : ଅନୁଗୁଳ ସହରର ଶିକ୍ଷକପଡ଼ାରୁ ନକଲି ବିଦେଶୀ ମଦ କାରଖାନା ଠାବ ପ୍ରସଙ୍ଗରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ବଡ଼ ଖୁଲାସା କରିଛନ୍ତି। ଅନୁଗୁଳ ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ଚଢ଼ାଉ କରି ବଡ଼ ଧରଣର ନକଲି ମଦ କାରଖାନା ଠାବ କରିଛି ବୋଲି ସେ କହିଛନ୍ତି। ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ହଜାର ହଜାର ବୋତଲ ନକଲି ବିଦେଶ ମଦ ଜବତ ହୋଇଛି।
ଏସ୍ପି କହିଛନ୍ତି, ଶିକ୍ଷକପଡ଼ାସ୍ଥିତ ଏକ ଭଡ଼ାଘରେ ଚାଲିଥିବା ନକଲି ମଦ କାରଖାନା ଓ ୨୦ କିଲୋମିଟର ଦୂର କଂସରା ଗାଁସ୍ଥିତ ନକଲି ମଦ ଗୋଦାମରୁ ୫୦୦ ଲିଟରରୁ ଅଧିକ ନକଲି ବିଦେଶୀ ମଦ ଜବତ ହୋଇଛି। ଏହାସହ ମଦ ତିଆରି ପାଇଁ ବ୍ୟବହାର ହେଉଥିବା ବିପୁଳ ସ୍ପିରିଟ, ରଙ୍ଗ, ଫ୍ଲେଭର, ବିଭିନ୍ନ ମଦ ବ୍ରାଣ୍ଡର ଷ୍ଟିକର, ସିଲ୍, ଲେବେଲ, ଖାଲି ବୋତଲ ମଧ୍ଯ ଜବତ ହୋଇଛି। ନକଲି ମଦ କାରଖାନା ଚାଲୁଥିବା ଭଡ଼ାଘର ଓ ଗୋଦାମକୁ ସିଲ୍ କରିଛି। ନକଲି ମଦ ତିଆରି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ନକଲି ମଦ କାରଖାନା ଚାଲୁଥିବା ଭଡ଼ାଘର ଓ ଗୋଦାମକୁ ସିଲ୍ କରିଛି। ନକଲି ମଦ ତିଆରି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ମଦ କାରବାରର ମାଷ୍ଟର ମାଇଣ୍ଡ ଓ ଏ କାରବାରର ଚେର କେଉଁଠୁ କେଉଁଯାଏ ଲମ୍ବିଛି ସେନେଇ ଖୋଳତାଡ଼ ଜାରି ରହିଛି। ପୁଲିସକୁ ଏନେଇ ବଡ଼ ସୁରାକ ମିଳିଛି। ଖୁବଶୀଘ୍ର ଏହି ନକଲି ମଦ କାରବାରର ଆକାମାନଙ୍କୁ ଧରିବ ଅନୁଗୁଳ ପୁଲିସ।
