ନ୍ୟୁଜ ଡେକ୍ସ: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ଅତିଥି ଆସିଛନ୍ତି। ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ହାଇଦ୍ରାବାଦ ନେହରୁ ଜୁଲଜିକାଲ୍ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯାଇ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଅନୁମତି ଦେଇଥିବା ବେଳେ ଆରମ୍ଭ ହୋଇଛି ଏହି ଅଦଳବଦଳ ପ୍ରକ୍ରିୟା ।
ହାଇଦ୍ରାବାଦରୁ ୧୭ ଜଣିଆ ଟିମ୍ ନନ୍ଦନକାନନ ଆସି ଏସବୁ ଜୀବଜନ୍ତୁ ବଦଳ କରିନେଇଛନ୍ତି। Sarus crane ଓ Spoonbill ପକ୍ଷୀ, Mouse deer, Bonnet macaque ମାଙ୍କଡ଼, Russell’s vipeR ଏବଂ Red sand boaଭଳି ବିରଳ ସାପକୁ ଦିଆଯାଇ ହାଇଦ୍ରାବାଦ ନେହରୁ ଜୋଲଜିକାଲ୍ ପାର୍କରୁ ଅନେକ ପଶୁପକ୍ଷୀ ଅଣାଯାଇଛି। Golden pheasant, ବିରଳ କୁମ୍ଭୀର, ହରିଣଭଳି କିଛି ବିରଳ ପ୍ରାଣୀ ଅଣାଯାଇଛି।
ହାଇଦ୍ରାବାଦରୁ ୧୭ ଜଣିଆ ଟିମ୍ ନନ୍ଦନକାନନ ଆସି ଏସବୁ ଜୀବଜନ୍ତୁ ବଦଳ କରିନେଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ନନ୍ଦନକାନନକୁ ନୂଆ ଅତିଥି ମଧ୍ୟ ଆସିଛନ୍ତି। ଅରୁଣାଚଳ ପ୍ରଦେଶ ଇଟାନଗର ପ୍ରାଣୀ ଉଦ୍ୟାନରୁ ଅଦଳ ବଦଳ ପ୍ରକ୍ରିୟାରେ ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟ ଅଣାଯାଇଥିଲା।