Fri. Oct 24th, 2025

ନ୍ୟୁଜ ଡେକ୍ସ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ୨ୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଦୁଇଟି ଶାବକକୁ ଜନ୍ମ ଦେଇଛି ବାଘୁଣୀ ମୌସୁମୀ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶଙ୍କ ମଧ୍ୟରେ ସଫଳ ମିଳନ ପରେ ମୌସୁମୀ ଦ୍ୱିତୀୟ ଥର ପାଇଁ ମା’ ହୋଇଛି । ଦୁଇଟି ଛୁଆ ମଧ୍ୟରୁ ଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି । ଉଭୟ ପିତାମାତା ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ ।

ମୌସୁମୀ ୫ ଅଗଷ୍ଟ ୨୦୧୬ରେ ମନୀଷ ଏବଂ ସ୍ନେହାଙ୍କ ଔରସରେ ଏବଂ ରାଜେଶ ୨୨ ସେପ୍ଟେମ୍ବର ୨୦୧୮ରେ ରୋଶନ ଏବଂ ବିଜୟାଙ୍କ ଔରସରେ ଜନ୍ମ ଗ୍ରହଣ କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ ୨୦୧୬ ମସିହା ଅଗଷ୍ଟ ମାସ ୫ ତାରିଖରେ ଧଳା ବାଘୁଣୀ ମୌସୁମୀ ଜନ୍ମ ହୋଇଥିଲା।

Leave a Reply

Your email address will not be published. Required fields are marked *