Thu. Oct 23rd, 2025

ନ୍ୟୁଜ ଡେକ୍ସ: ୱାକଫ୍ ବିଲ୍କୁ ନେଇ ବିଜେଡିରେ ଝଡ଼। ସିଧା ପାଣ୍ଡିଆନଙ୍କ ଆଡକୁ ଆଙ୍ଗୁଠି ଉଠାଇଛନ୍ତି ବହୁ ନେତା। ସିଧାସଳଖ ଭାବେ ନାଁ ନେଇ ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ସାଂସଦ ଦେବାଶିଷ ସାମନ୍ତରାୟ। ଏହାପରେ ଦଳରେ ବଡ଼ ହଲ୍ଚଲ୍ ଦେଖାଦେଇଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ଗଣମାଧ୍ୟମ ସାମ୍ନାରେ ସ୍ପଷ୍ଟୀକରଣ ରଖିଛନ୍ତି।

ଆଜି ପ୍ରେସମିଟ୍ କରି ବର୍ଷିବା ସହ ଓ୍ବାକଫ୍ ବିଲ୍ ଉପରୁ ନଜର ହଟାଇବାକୁ ନବୀନ ଏପରି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଭାତ । କହିଛନ୍ତି, ୨୦୧୭ରେ ମୋ ଉପରୁ ନିଲମ୍ବନ ହଟିଥିଲା । ଚିଟ୍‌ଫଣ୍ଡ ମାମାଲାରେ ମୋତେ ନିଲମ୍ବନ କରାଯାଇଥିଲା । ଏହାପରଠୁ ମୋ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । କୋଭିଡ ପରେ ଦଳ ମୋତେ ସବୁ ସ୍ଥାନରେ ବିନିଯୋଗ କରିଛି । ଗତ ୨୦୨୪ ନିର୍ବାଚନରେ ବି ଦଳ ପାଇଁ କାମ କରିଛି ବୋଲି ଦାବି କରିଛନ୍ତି ପ୍ରଭାତ । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି ।୧୦ ହଜାର ଲୋକଙ୍କ ଆଗରେ ନିଜେ ନବୀନ ତାଙ୍କ ପ୍ରଶଂସା କରିଥିଲେ ବୋଲି କହିଛନ୍ତି ପ୍ରଭାତ । ତେଣୁ ସେ ଦଳରେ ନାହାଁନ୍ତି ବୋଲି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି, ଏହା ମହା ମିଛ, ବୋଲି କହି କଡା ଉତ୍ତର ରଖିଛନ୍ତି । ଏଥିସହିତ କିଛି ନେତା ଏପରି ନବୀନଙ୍କ ଦ୍ବାରା କୁହାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ପ୍ରଭାତ । ଏଥିସହିତ ସେ ଆହୁରି ବି ଅଭିଯୋଗ କରିଛନ୍ତି, ଯାହାକୁ ନେଇ ଓଡ଼ିଶା ଉଠୁଛି ପଡ଼ୁଛି ତାହାକୁ ଗୌଣ କରି ଦେଇଛନ୍ତି ନବୀନ ।

ୱାକ୍‌ଫ ପ୍ରସଙ୍ଗ ଘୋଡ଼ାଇବାକୁ ଚେଷ୍ଟା କରାଯାଇଥିବା ବେଳେ ଜାଣିଶୁଣି ମୋତେ ଟାର୍ଗେଟ୍ କରାଯାଉଛି ବୋଲି ସେ କହିଥିଲେ । ବଡ଼ ଇସ୍ୟୁକୁ ନବୀନ ବାବୁ ଏଡ଼ାଇ ଯାଇଛନ୍ତି । ୱାକଫ ବିଲ୍‌ ସମର୍ଥନ ବା ବିରୋଧ କରିବାକୁ ଏଥର କୌଣସି ହ୍ୱିପ୍‌ ଜାରି ହୋଇନଥିଲା । ସେହିପରି ଚିଟଫଣ୍ଡ୍ ନେଇ ପ୍ରଭାତ ତ୍ରିପାଠୀ କହିଛନ୍ତି ଯେ, ସେହି ମାମଲା ଏବେ ବିଚାରାଧୀନ ଅଛି। ନ୍ୟାୟାଳୟ କହିବେ ମୁଁ ଦୋଷୀ କି ନୁହେଁ। ମୁଁ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ବହୁତ କାମ କରିଛି। ଗୋଟେ କଥା ଲୁଚାଇବାକୁ ନବୀନଙ୍କୁ ମିଛ କଥା କୁହାଇ ତାଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଛନ୍ତି। ଯିଏ ଏବେ ଦଳର ନେତା ହୋଇଛନ୍ତି, ସେମାନେ ନବୀନଙ୍କ ମୁହଁରୁ କିଛି ବି କୁହାଇ ଦେଉଛନ୍ତି। ମୁଁ ନିଲମ୍ବନ ନ ହୋଇ ନିଲମ୍ବନ କହିବା ମାନେ ମୁଁ ଆଉ ବିଜେଡିରେ ସୁରକ୍ଷିତ ନୁହେଁ।

ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ୱାକଫ ବିଲ ସଂଶୋଧନ ନେଇ। ଏହା ସଂଖ୍ୟାଲଘୁଙ୍କ ଅଧିକାର। ଯାହାକୁ ବିଜେଡି ସୁରକ୍ଷା ଦେବା କଥା। କାରଣ ଏହା ବିଜେଡିର ରାଜନୈତିକ ଆଭିମୁଖ୍ୟ। ବିଜେଡି କର୍ମୀ ଜାଣିବାକୁ ଚାହୁଁଛନ୍ତି ଏହାର କାରଣ। ମୋ କଥା କହି ୱାକଫ କଥା ଗୋଳିଆ କରାଗଲା। ପ୍ରଭାତ ତ୍ରିପାଠୀ ମୁଣ୍ଡ କାଟି ଏହା କରିବାକୁ ଚେଷ୍ଟା ହୋଇଛି।

Leave a Reply

Your email address will not be published. Required fields are marked *