ନ୍ୟୁଜ ଡେକ୍ସ: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ତଦନ୍ତ ଲାଗି ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ସରବାହାଲ ବାସଭବନରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । ନୂଆ ତଦନ୍ତ ଅଧିକାରୀ ଏବଂ ଜଣେ ମହିଳା ଅଧିକାରୀ ନବଙ୍କ ଘରେ ପହଞ୍ଚିଛନ୍ତି । ପୁଅ ବିଶାଳ ଦାସ, ଝିଅ ଦୀପାଳି ଦାସ ଏବଂ ସ୍ତ୍ରୀ ମୀନତିଙ୍କର ବୟାନ ରେକର୍ଡ କରାଯିବ ବୋଲି ସୂଚନା ରହିଛି ।
ତେବେ ନୂଆ ତଦନ୍ତ ଅଧିକାରୀ ଏଏସପି ବିଜୟ ମଲ୍ଲିକ ଏବଂ ଡିଏସପି ଦୀପ୍ତିମୟୀ ମଲ୍ଲିକ ସ୍ୱର୍ଗତ ନବ ଦାସଙ୍କ ଝାରସୁଗୁଡ଼ାର ସହବାହାଲ ସ୍ଥିତ ଘରେ ପହଞ୍ଚି ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି । ପୂର୍ବରୁ ନବ ଦାସଙ୍କ ଝିଅ ଦୀପାଳି ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼କରା ହୋଇଥିଲା । ହେଲେ ଦୀପାଳି ଓ ବିଶାଳ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ । ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ତାଙ୍କ ବାସ ଭବନରେ ପହଁଚିଥିବା ସୂଚନା ମିଳିଛି ।
ସେପଟେ ଏହି ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଇ-ମେଲ ଜରିଆରେ ସମୟ ମାଗିଛନ୍ତି ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି। ଉଭୟ ଇ-ମେଲ୍ ଓ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି। ମାର୍ଚ୍ଚ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ କରାଯାଇଥିବା ଜଣାପଡ଼ିଛି।
