Thu. Oct 23rd, 2025

ନ୍ୟୁଜ ଡେକ୍ସ: ପୁଣି ଚାଞ୍ଚଲ୍ୟ ସୃଷ୍ଟି କରିଛି ୨୩ର ସେ ହାଇପ୍ରୋଫାଇଲ ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ। ରାଜ୍ୟ ଫରେନ୍‌ସିକ୍ ଲାବ୍ରୋଟୋରୀ ରିପୋର୍ଟରେ ଥିବା ଚାଞ୍ଚଲ୍ୟକର ତଥ୍ୟ ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ବାସ୍ତବରେ ନବ ଦାସଙ୍କୁ ହତ୍ୟକରିଥିବ ବ୍ୟକ୍ତିଟି ଗୋପାଳ ନା ଆଉ କିଏ?, ସେନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି। ଫରେନ୍‌ସିକ୍ ଲ୍ୟାବର ତଥ୍ୟ ଅନୁଯାୟୀ, ନବ ଦାସଙ୍କ ଉପରକୁ ଏକାଧିକ ବନ୍ଧୁକରୁ ଗୁଳିମାଡ଼ ହୋଇଛି।

ସେପଟେ ଗୋପାଳ ବନ୍ଧୁକର ୩ଟି ଗୁଳି ମଧ୍ୟରୁ ଆଉ ଗୋଟିଏ ଗୁଳିର ଖୋକା ଏଯାଏଁ ମିଳିନି। ଅଭିଯୁକ୍ତ ଗୋପାଳ ଦାସ ପାଇଁ ମକୋଦ୍ଦମା ପରିଚାଳନା କରୁଥିବା ଓକିଲ ନରେଶ ନାଏକ କହିଛନ୍ତି ଯେ, ନବଙ୍କ ରକ୍ତ ଭିଜା ସାର୍ଟରେ କୌଣସି ସୁରାକ ନାହିଁ। ତଦନ୍ତକାରୀ ଅଧିକାରୀ ସାର୍ଟକୁ ସିଜ୍ କରି ନଥିଲେ। ଏହି ମାମଲା ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଚାଲିଥିବା ବେଳେ ୧୪୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ସାକ୍ଷ୍ୟ ନିଆଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରିଥିବା ୨ ଜଣ ଡ଼ାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ ସରିଛି। ମାମଲା ଏବେ ବିଚାରାଧୀନ ଥିବା ବେଳେ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍କୁ ନେଇ ସମସ୍ତ ବୟାନ ନିଆଯିବ। ନବଙ୍କ ସାର୍ଟ ସମ୍ପର୍କରେ କୌଣସି ସୂଚନା ନଥିବା ବେଳେ ତଦନ୍ତକାରୀ ଅଧିକାରୀଙ୍କ ଜେରା ପରେ ସଠିକ୍ ତଥ୍ୟ ଆସିପାରିବ। ଏହି ସାର୍ଟ ମାମଲା ରାୟ ପ୍ରକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିସହ ତାଙ୍କ ମହକିଲ ନିର୍ଦ୍ଦୋଷ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦ୍‌ଘାଟନ କରିବାକୁ ସ୍ବର୍ଗତ ନବ ଦାସ ଯାଇଥିବା ବେଳେ ସେଠାରେ ଦିନ ଦ୍ବିପହରରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା । ତାଙ୍କର ସୁରକ୍ଷା ଦାୟିତ୍ବରେ ଥିବା ଏଏସଆଇ ଗୋପାଳ ଦାସର ଗୁଳିମାଡ଼ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଘଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ଏହାକୁ ନେଇ ପ୍ରବଳ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ସମସ୍ତ ତଥ୍ୟ ଗୋପାଳ ବିରୁଦ୍ଧରେ ଯାଇଥିବା ବେଳେ ହତ୍ୟାକାଣ୍ଡ ଭିଆଇଥିବା ନିଜ ମୁହଁ ରେ ମାନିଥିଲା। ହେଲେ ଘଟର ସେତେବେଳେ କିଛି ଠୋସ ତଦନ୍ତ ଉତ୍ତର ମିଳିନଥିଲା। ଯାହାକୁ ନେଇ ଗୋପାଳ ପକ୍ଷରୁ ଲଢ଼ୁଥିବା ଓକିଲ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

Leave a Reply

Your email address will not be published. Required fields are marked *