Mon. Dec 23rd, 2024

ନ୍ୟୁଜ ଡେକ୍ସ: ନଭେମ୍ବର ୧ରେ ଠପ୍ ହେବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ଶହ ଆମ୍ବୁଲାନ୍ସ। କାରଣ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଆନ୍ଦୋଳନରେ ବସିବେ ୬ ହଜାରରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ କର୍ମଚାରୀ । ନୂତନ ଠିକା ସଂସ୍ଥା, ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି।

ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି । ତେବେ ସୂଚନା ଅନୁସାରେ, ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ନ ଥିବା ଅଭିଯୋଗ ହୋଇଛି। ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ୩୦ଟି ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ମହାସଂଘ ।

ସେପଟେ ଏନେଇ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏନେଇ ଆମ୍ବୁଲାନ୍ସ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ରୀରାମଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ଠିକାରେ ନେଇ ସାରିଛି। ସମୁଦାୟ ୬ ହଜାର କର୍ମଚାରୀଙ୍କ ମଧ୍ୟରୁ ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ନାହିଁ।

Leave a Reply

Your email address will not be published. Required fields are marked *