Mon. Dec 23rd, 2024

ନ୍ୟୁଜ ଡେକ୍ସ: ନିଜ ଘରେ ନିଆଁ ଲଗାଇଦେଲେ, ବାହାରେ ଛିଡା ହୋଇ ଘର ଜଳୁଥିବାର ଦେଖିଲେ ସ୍ବାମୀ। ମଧ୍ୟପ୍ରଦେଶର ଗ୍ୱାଲିଅର୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ଦେଖିବାକୁ ମିଳିଛି। ତେବେ ସୂଚନା ମୁତାବକ, ମଧ୍ୟପ୍ରଦେଶର ଆନନ୍ଦ ନଗର ଅଞ୍ଚଳରେ ଏପରି ଘଟଣା ଘଟିଛି। ନିଜ ଘରକୁ ପୋଡ଼ି ପାଉଁଶ କରିଦେଇଥିବା ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀରାମ କୁଶୱା। ସେ ପ୍ରାୟତଃ ସବୁବେଳେ ପତ୍ନୀ ରଜନୀଙ୍କ ସହ ଝଡ଼ଗା କରନ୍ତି।

ତେବେ ଘଟଣା ଦିନ ଝଗଡ଼ା ସବୁ ସୀମା ପାର କରି ଯାଇଥିଲା।ରଜନୀଙ୍କ ସହ ଯୁକ୍ତିତର୍କ କରି ଶ୍ରୀରାମ ପୂରା ରାଗି ଯାଇଥିଲେ। ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଘରେ ଥିବା ଜିନିଷପତ୍ରକୁ ଭଙ୍ଗା ରୁଜା କରିବା ସହ ସେସବୁ ବାହାରକୁ ଆଣିଥିଲେ। ଏହାପରେ ସେଥିରେ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି।ନିଆଁରେ ସବୁ କିଛି ପୋଡ଼ି ଯାଉଥିବା ବେଳେ ଶ୍ରୀରାମ ଏହାକୁ ବନ୍ଦ କରିବା ପାଇଁ ଆଦୌ ଚାହିଁ ନଥିଲେ। ସେ ସେହି ସ୍ଥାନରେ ବେଶ ସ୍ୱାଭାବିକ ଢଙ୍ଗରେ ବୁଲିବା ସହ ନିଜ ଆଖିରେ ସବୁ କିଛିକୁ ସେମିତି ଦେଖିଥିଲେ।

ବାହାଦପୁର ପୋଲିସ ଷ୍ଟେସନ ପରିସରର ଆନନ୍ଦ ନଗର ଅଞ୍ଚଳରେ ହୋଇଥିବା ଏହି ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ପୁରା ଘର ପୋଡି ପାଉଁଶ ହୋଇଯାଇଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଉକ୍ତ ସ୍ବାମୀ ଜଣକ ଫେରାର ଅଛନ୍ତି।

Leave a Reply

Your email address will not be published. Required fields are marked *