Sat. Feb 21st, 2026

ନ୍ୟୁଜ ଡେକ୍ସ : ପୁରୀ ଜିଲ୍ଲାର ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ଆଭ୍ୟନ୍ତରୀଣ ଦ୍ବନ୍ଦ୍ୱ ଏବେ ଖୋଲା ମଞ୍ଚକୁ ଆସିପହଞ୍ଚିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ମଧ୍ୟରେ ଚାଲିଥିବା ଟଣାଟଣି ଦଳୀୟ ଏକତାକୁ ପ୍ରଶ୍ନର ସମ୍ମୁଖୀନ କରିଛି।ନୂତନ ବର୍ଷରୁ ସମୀର ଦାସ ପ୍ରତି ବୁଧବାର ଓ ଶନିବାର ନିମାପଡ଼ାରେ ‘ଜନ ଶୁଣାଣି ଶିବିର’ ଆୟୋଜନ କରୁଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଏହାକୁ ‘ସମାନ୍ତରାଳ ଶାସନ ବ୍ୟବସ୍ଥା’ ବୋଲି କଠୋର ଭାଷାରେ ବିରୋଧ କରିଛନ୍ତି।

ସରକାରୀ ମାଞ୍ଚରେ ଅଭିଯୋଗ ଶୁଣାଣି ପାଇଁ ପ୍ରୟାପ୍ତ ବ୍ୟବସ୍ଥା ଥିବା ସତ୍ତ୍ୱେ ଏପରି କାର୍ଯ୍ୟ ଦଳୀୟ ସଂଗଠନକୁ ଦୁର୍ବଳ କରୁଛି ବୋଲି ସେ କହିଛନ୍ତି।ଅନ୍ୟପଟେ, ସମୀର ଦାସ ଦାବି କରିଛନ୍ତି ଯେ ଲୋକଙ୍କ ସମସ୍ୟା ସରକାରୀ ସ୍ତରରେ ସୁନାଯାଉନଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି ଏବଂ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ହିଁ ତାଙ୍କ ଉଦ୍ଦେଶ୍ୟ।

ଏହି ମାମଲାରେ ପୁରୀ ଜିଲା ଭାଜପା ସଭାପତି ଦେବେନ୍ଦ୍ର ତରାଇ କଠୋର ଆଭିମୁଖ୍ୟ ନେଇ ସମୀର ଦାସଙ୍କୁ ଶୃଙ୍ଖଳାଭଙ୍ଗ ଅଭିଯୋଗରେ ଦୁଇଟି ନୋଟିସ୍ ଜାରି କରିଛନ୍ତି। କାର୍ଯ୍ୟକଳାପ ବନ୍ଦ ନହେଲେ ଦଳ ଦୃଢ଼ ପଦକ୍ଷେପ ନେବ ବୋଲି ସତର୍କ କରାଯାଇଛି। ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ନିମାପଡ଼ାରେ ଚାଲିଥିବା ଏହି ରାଜନୈତିକ ପାୱାର୍ ଗେମ୍‌ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *