Thu. Oct 23rd, 2025

ନ୍ୟୁଜ ଡେକ୍ସ : ନିଯୁକ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣା ଅନେକ ସମୟରେ ଚର୍ଚ୍ଚାରେ ରହୁଛି । ପ୍ରଶ୍ନପତ୍ର ଲିକ୍ କାରଣରୁ ଛାତ୍ରଛାତ୍ରୀ ନିରାଶ ହେଉଛନ୍ତି । ନିଯୁକ୍ତି ପରୀକ୍ଷା ବିଭ୍ରାଟ ରୋକିବାକୁ ସରକାର ଏବେ ଏହାର ସମାଧାନର ବାଟ ବାହାର କରିଛନ୍ତି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି ।

ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ସରକାର ଆଣିଲେ SOP। ପ୍ରଶାସନିକ ନିୟନ୍ତ୍ରଣରେ ନିଯୁକ୍ତି ପରୀକ୍ଷା କିମ୍ବା ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରିବା ସମୟରେ SOP କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଧେଶ। ଏନେଇ ସମସ୍ତ ବିଭାଗର ମୁଖ୍ୟ,ସମସ୍ତ ଜିଲ୍ଲପାଳ ଙ୍କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଚିଠି।ପରୀକ୍ଷା ପାଇଁ ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ । ପ୍ରଶ୍ନପତ୍ର ଛାପିବାଠୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ରକୁ ଆଣିବା ଯାଏଁ ବରିଷ୍ଠ ଅଧିକାରୀମାନେ ଦାୟିତ୍ୱରେ ରହିବେ । ପ୍ରଶ୍ନପତ୍ର ଲିକ୍‌ ରୋକିବାଠୁ ଆରମ୍ଭ କରି ପରୀକ୍ଷା ହଲ୍‌ରେ ସୁରକ୍ଷା ଯାଏ ସମସ୍ତ ପ୍ରକାର ପରିଚାଳନା ବ୍ୟବସ୍ଥା କଡ଼ାକଡ଼ି ହେବ ।

ପ୍ରଶ୍ନପତ୍ର ଖୋଲିବା ସମୟରେ ଭିଡିଓଗ୍ରାଫି କରଯିବ । ପରୀକ୍ଷା କେନ୍ଦ୍ରର ସିସିଟିଭି ଲାଇଭ ଷ୍ଟ୍ରିମ୍ କେଣ୍ଟ୍ରାଲ୍ ଓକାକ୍ କିମ୍ବା ଏନ୍‌ଆଇସି ପାଖରେ ରହିବ। ଆଗାମୀ ଦିନରେ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସରକାରୀ କଲେଜ, ବିଶ୍ଵ ବିଦ୍ୟାଳୟରେ କରଯିବ। ପରୀକ୍ଷା ପରିଚାଳନା ସଂସ୍ଥାମାନେ ଆଉ ଅନ୍ୟ କେଉଁଠି ପ୍ରଶ୍ନପତ୍ର ଛପାଇ ପାରିବେ ନାହିଁ । ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଛପାଇବା ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ୟୁନିଟ୍ ସ୍ଥାପନ କରିବେ। ସୁରକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ ।

ଏପରିକି ଆଗାମୀ ଦିନରେ ପରୀକ୍ଷା ପରିଚାଳନା ଦାୟିତ୍ଵକୁ କୌଣସି ଏଜେନ୍ସି କିମ୍ବା ଆଉଟସୋସିଂ ଦ୍ଵାରା ନହୁଏ ସେଥିପ୍ରତି କଡ଼ା ଆଭିମୁଖ୍ୟ ଆପଣାଇବେ ସରକାର।। ଇଣ୍ଟିଗ୍ରେଡେଟ୍ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ବ୍ୟବସ୍ଥା କରାଯିବ । ସରକାର ନିଯୁକ୍ତି ପରୀକ୍ଷାରେ ଶୂନ୍ୟ ସହନଶୀଳତା ନୀତିକୁ ଆପଣାଇଛନ୍ତି। ଉଭୟ ଅନ୍‌ଲାଇନ ଓ ଅଫଲାଇନ ମୋଡ଼ରେ ହେଉଥିବା ପରୀକ୍ଷାକୁ ସୁରକ୍ଷିତ ପରିବେଶ, ସ୍ଵଚ୍ଛତାର ସହ କରାଯିବ। ପ୍ରଶ୍ନପତ୍ରର ଉଭୟ ପଟେ ସିଲ୍ କରାଯିବ।

Leave a Reply

Your email address will not be published. Required fields are marked *