Thu. Oct 23rd, 2025

ନ୍ୟୁଜ ଡେକ୍ସ : ସାବାଡ ହେବେ ନିଶାଡି ଏବଂ ନିଶା କାରବାର କରୁଥିବା ଲୋକ । ନିଶା ନିବାରଣ, ଚାଲାଣ ଏବଂ ଅବୈଧ ବିକ୍ରୟର ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ସହରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ।

ସେବନକାରୀଙ୍କ ସଂଖ୍ୟା ବି ବଢ଼ୁଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଚାଲିଥିଲା । ଶ୍ରୀ ହରିଚନ୍ଦନଙ୍କ ସମେତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକରେ ଉପସ୍ଥିତ ଥିଲେ । ସେପ୍ଟେମ୍ବର ପହିଲାରୁ ସବୁ ଜିଲ୍ଲାରେ ସ୍ୱତନ୍ତ୍ର ଧରପଗଡ଼ ଚାଲିବ ।ନିଶା ନିବାରଣ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମଡେଲ ନିଶା ନିବାରଣ କେନ୍ଦ୍ର ସ୍ଥାପନ କରାଯିବ । ଏସ୍‌ଟିଏଫ୍‌ ଆରମ୍ଭ କରିବ ‘ଅପରେସନ ପ୍ରହାର’ । ବିଭିନ୍ନ ନିଶାଦ୍ରବ୍ୟ ହବ୍‌ରୁ ସାରା ରାଜ୍ୟକୁ ଚାଲଣ ହେଉଥିବା ମାଫିଆଙ୍କ ସିଣ୍ଡିକେଟ୍‌କୁ ଛାରଖାର କରାଯିବ ।

ଭୁବନେଶ୍ୱରକୁ ଏକ ନିଶାମୁକ୍ତ ସହର ଭାବେ ଗଢ଼ିତୋଳିବା ଦିଗରେ ସ୍କେଶାଲ ଟାସ୍କ ଫୋର୍ସ, ଅବକାରୀ, ଏନ୍‌ସିବି, ବିଏମ୍‌ସି ମିଳିତ ଭାବେ ଲାଗିପଡ଼ିବେ ।ଏହାବ୍ୟତୀତ ପୁନର୍ବାସ ପ୍ରୟାସକୁ ସମର୍ଥନ କରିବା ପାଇଁ, ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ମଡେଲ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛନ୍ତି। କ୍ୟାମ୍ପସରେ ନିଶା କାରବାର ରୋକିବା ପାଇଁ ଜୋରଦାର ଚଢାଉ ସହିତ ଭୁବନେଶ୍ୱରର ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯିବ।

Leave a Reply

Your email address will not be published. Required fields are marked *