Wed. Feb 25th, 2026

ନ୍ୟୁଜ ଡେକ୍ସ : ଆସନ୍ତାକାଲି ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟଗଣତି ହେବାକୁ ଯାଉଛି। ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ନ୍ୟାସନାଲ କଲେଜ ଗଣତି କେନ୍ଦ୍ରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଆବୃତ କରାଯାଇଛି।ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍‌ଗୁଡ଼ିକୁ ଆସନ୍ତାକାଲି ସକାଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କାଉଣ୍ଟିଙ୍ଗ ହଲକୁ ଅଣାଯିବ।

ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ବାଲାଟ ପାଇଁ ଅଲଗା ଟେବୁଲ୍ ବ୍ୟବସ୍ଥା ହୋଇଛି।ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହେବ ଓ ୮ଟା ୩୦ରୁ ଇଭିଏମ ମେସିନ୍‌ ଭୋଟ ଗଣନା ହେବ। ମୋଟ ୨୬ଟି ରାଉଣ୍ଡରେ ଗଣନା ସମାପ୍ତ ହେବ ବୋଲି ପ୍ରଶାସନ ଉତ୍ସ ଜଣାଇଛି। ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍‌ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ।

ସମସ୍ତ ପ୍ରକ୍ରିୟା ସିସିଟିଭି କ୍ୟାମେରା ନଜରରେ ହେବ ଓ ତାହାର ଭିଡିଓ ରେକର୍ଡିଂ ରଖାଯିବ।ଏହି ଗଣତି ପ୍ରକ୍ରିୟାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ। ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *