Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆସନ୍ତା ୧୮ ତାରିଖରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ । ଏହାପରେ ପୁଣି ଲିଙ୍ଗିପୁରରୁ ପିପିଲି ପର୍ଯ୍ୟନ୍ତ ଏହି ସଂକଳ୍ପ ପଦଯାତ୍ରା ଯିବ । ସଫଳ ସଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା କରି ଏହି ପଦଯାତ୍ରା ହେଉଥିବା ବେଳେ ଏଥିରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି, ପିସିସି ସଭାପତି ଭକ୍ତ ଦାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂକଳ୍ପ ପଦଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଠାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ । ଏହାପରେ ପୁଣି ଲିଙ୍ଗୁପୁରୁରୁ ପିପିଲି ପର୍ଯ୍ୟନ୍ତ ପଦଯାତ୍ରା ଚାଲିବା ପରେ ପିପିଲିରେ ରାତ୍ରିଯାପନ କରିବେ ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ଅନ୍ୟ କଂଗ୍ରେସ ନେତା । ସେହିପରି ୨୦ ତାରିଖ ସକାଳେ ପଦଯାତ୍ରା ଚନ୍ଦନପୁରରୁ ବାହାରି ବାଟମଙ୍ଗଳବାରେ ମଧ୍ୟାହ୍ନଭୋଜନ କରିବେ । ସେଠାରେ କିଛି ସମୟ ବିଶ୍ରାମ ପରେ ଅପରାହ୍ନରେ ପୁରୀ ଅଭିମୁଖେ ଗସ୍ତ କରିବେ ।

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ ନବ ନିଯୁକ୍ତ ପିସିସି ସଭାପତି ଏବଂ କଂଗ୍ରେସ କର୍ମୀ ନେତା । ତେବେ ସଫଳ ଓଡିଶାର ରୂପାୟନ ସହ ଓଡିଶାର ଉନ୍ନତି କାମନା କରିବା ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ । ଓଡିଶାର ସଂସ୍କୃତି ଏବଂ ଐତିହକୁ ନେଇ ଆଧ୍ୟାତ୍ମିକ ପରିବେଶ ଭିତରେ ଏହି ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ । ଓଡିଶାବାସୀଙ୍କ ସହ କଂଗ୍ରେସ ନେତା ଏବଂ କର୍ମୀମାନଙ୍କୁ ଏହି ଯାତ୍ରାରେ ଯୋଡି ହେବା ପାଇଁ ଅନୁରୋଧ କରିଛନ୍ତି ନୂତନ ପିସିସି ସଭାପତି ।

Leave a Reply

Your email address will not be published. Required fields are marked *