ନ୍ୟୁଜ ଡେକ୍ସ : ନୂଆ ବର୍ଷ ଆରମ୍ଭ ସହିତ ସୁନା ଦର ପୁଣିଥରେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ନୂତନ ବର୍ଷର ପ୍ରଥମ ଦିନରେ ସୁନା ଦରରେ ଲକ୍ଷଣୀୟ ବୃଦ୍ଧି ଦେଖାଯାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନର ତଥ୍ୟ ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କାକୁ ପହଞ୍ଚିଛି।
ସେହିପରି ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧ ଲକ୍ଷ ୨୩ ହଜାର ୮୦୦ ଟଙ୍କା ରହିଛି।ଅନ୍ୟପଟେ, ରୂପା ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଆଜି କିଲୋଗ୍ରାମ ପ୍ରତି ରୂପାର ମୂଲ୍ୟ ୧୦୦୦ ଟଙ୍କା କମି ୨ ଲକ୍ଷ ୫୬ ହଜାର ଟଙ୍କାରେ ରହିଛି।ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦର ଏହି ହାରରେ ରହିଛି।
ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ ଲକ୍ଷ ୨୩ ହଜାର ୮୦୦ ଟଙ୍କା ରହିଛି।ନୂଆ ବର୍ଷର ଆରମ୍ଭରୁ ସୁନା ଦରରେ ଏଭଳି ବୃଦ୍ଧି ହେବାରୁ ଗ୍ରାହକ ଓ ଗହଣା ବ୍ୟବସାୟୀମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।

