Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଦୀର୍ଘବର୍ଷର ଅବଦାନ ପାଇଁ ଖ୍ୟାତିପ୍ରାପ୍ତ ସାହିତ୍ୟିକ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ‘ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ–୨୦୨୧’ ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସରକାରୀଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।ଓଡ଼ିଆ ଭାଷା ପ୍ରତି ତାଙ୍କର ଅବିରତ ସମର୍ପଣ, ସାମଗ୍ରିକ ସାହିତ୍ୟ ସୃଜନ ଓ ଗଭୀର ଗବେଷଣାକୁ ମୁଖ୍ୟ ଆଧାର କରି ଏହି ସମ୍ମାନ ପାଇଁ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି।

ତାଙ୍କର ସୃଜନଶୀଳ କୃତି ଓ ଗବେଷଣାମୂଳକ ରଚନା ଓଡ଼ିଆ ସାହିତ୍ୟକୁ ନୂଆ ଦିଗ ଦେଇଥିବା ବୋଲି ସାହିତ୍ୟ ମହଳରେ ମତ ପ୍ରକାଶ ପାଇଛି।ଆସନ୍ତା ଜାନୁଆରୀ ୧୪ ତାରିଖରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ସମ୍ମାନ ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଏହି ଘୋଷଣା ପରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ମହଳରେ ଖୁସିର ଲହରୀ ଦେଖାଦେଇଛି ଏବଂ ନୃସିଂହ ଚରଣ ଷଡ଼ଙ୍ଗୀଙ୍କୁ ବିଭିନ୍ନ ସାହିତ୍ୟିକ ସଂସ୍ଥା ଓ ପାଠକମାନଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଯାଉଛି।

Leave a Reply

Your email address will not be published. Required fields are marked *