Mon. Dec 23rd, 2024

ନ୍ୟୁଜ ଡେକ୍ସ: ମଝି ସମୁଦ୍ରରେ ଘଟିଲା ବଡ ଅଘଟଣ । ଭାରତୀୟ ନୌସେନା ଜାହାଜରେ ପିଟି ହେଲା ମାଛଧରା ବୋଟ୍ । ଗୋଆ କୋଷ୍ଟରେ ଏହି ଭୟଙ୍କର ଅଘଟଣ ଘଟିଛି । ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା ।

୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଉ ୨ଜଣ ନିଖୋଜ ଅଛନ୍ତି । ଗୋଆର ଉତ୍ତର ପଶ୍ଚିମ ସମୁଦ୍ରରେ ଗତକାଲି ସନ୍ଧ୍ୟାରେ ଭାରତୀୟ ନୌସେନାର ଏକ ଜାହାଜ ଯାଉଥିଲା। ଉକ୍ତ ସମୟରେ ସମୁଦ୍ରରେ ଥିବା ଏକ ମାଛ ଧରା ବୋଟ୍‌ ସହ ଜାହାଜଟି ପିଟି ହେଲା। ଫଳରେ ବୋଟଟି ଛିନଛତ୍ର ହୋଇ ଯାଇଥିବା ବେଳେ ସେଥିରେ ଥିବା ୧୩ ଜଣ ପାଣିରେ ଖସି ପଡ଼ିଥିଲେ।

ନୌସେନା ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମାତ୍ର ଆଉ ୨ ଜଣଙ୍କ ପତ୍ତା ମିଳୁ ନ ଥିବା ଜଣାଯାଇଛି। ଏଥିନିମନ୍ତେ MRCC ମୁମ୍ବାଇ ସହ ଯୋଗାଯୋଗ କରାଯାଉଥିବା ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବା ନୌସେନା ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *