Sat. Feb 21st, 2026

ନ୍ୟୁଜ ଡେକ୍ସ : ରୋମାନ୍ସର ରାଜା ଭାବେ ପରିଚିତ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ୬୦ ବର୍ଷ ବୟସରେ ମଧ୍ୟ ନିଜର ଷ୍ଟାଇଲ୍ ଓ ଆକର୍ଷଣୀୟ ଲୁକ୍‌ରେ ସାରା ବିଶ୍ୱକୁ ମୋହିତ କରି ଚାଲିଛନ୍ତି। ଏଥର ସେ ଆଉ ଏକ ଗର୍ବନୀୟ ସଫଳତା ହାସଲ କରିଛନ୍ତି। ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରକାଶିତ ୨୦୨୫ ର ‘ସବୁଠାରୁ ଷ୍ଟାଇଲିସ୍ ୬୭ ଜଣ’ ତାଲିକାରେ ଶାହରୁଖ ଖାନଙ୍କୁ ସ୍ଥାନ ଦିଆଯାଇଛି।

ଏହି ତାଲିକାରେ ସେ ଏକମାତ୍ର ଭାରତୀୟ ଷ୍ଟାର ଭାବେ ସାମିଲ ହୋଇଛନ୍ତି, ଯାହା ଦେଶ ପାଇଁ ଏକ ବଡ଼ ଗର୍ବର କଥା।ଏହି ସମ୍ମାନର ପିଛରେ ଚଳିତ ବର୍ଷ ଆରମ୍ଭରେ ଅନୁଷ୍ଠିତ ମେଟ୍ ଗାଲାରେ ଶାହରୁଖଙ୍କ ଅଦ୍ଭୁତ ଲୁକ୍ ଏକ ବଡ଼ କାରଣ ଭାବେ ଦେଖାଯାଇଛି। ମେଟ୍ ଗାଲାରେ ସେ ପ୍ରସିଦ୍ଧ ସେଲିବ୍ରିଟି ଡିଜାଇନର୍ ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ କଳା ପୋଷାକ ପିନ୍ଧିଥିଲେ। ସେହି ସହିତ ତାଙ୍କ ବେକରେ ‘k’ ଅକ୍ଷର ଥିବା ଏକ କ୍ରିଷ୍ଟାଲ୍ ଲକେଟ୍ ମଧ୍ୟ ପିନ୍ଧିଥିଲେ, ଯାହା ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ହୋଇଥିଲା। ନ୍ୟୁୟର୍କ ଟାଇମ୍ସ ତାଙ୍କୁ ‘ବିଶ୍ୱର ସବୁଠାରୁ ବଡ଼ ଷ୍ଟାର’ ବୋଲି ବର୍ଣ୍ଣନା କରିଛି।

ଏହି ତାଲିକାରେ ମନୋରଞ୍ଜନ, କ୍ରୀଡା, ବ୍ୟବସାୟ ଓ ରାଜନୀତି କ୍ଷେତ୍ରର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ବ୍ରାଏନା କାର୍ପେଣ୍ଟର, ଡଚ୍, ଏଏପି ରକି, ଭିଭିଏନ୍ ୱିଲସନ୍, ନିକୋଲ୍ ଶେରଜିଙ୍ଗର, ୱାଲ୍ଟନ୍ ଗଗିନ୍ସ, ଜେନିଫର ଲରେନ୍ସ, ମେଲାନିଆ ଟ୍ରମ୍ପ୍, ଶାଇ ଗିଲଗେୟସ୍-ଆଲେକ୍ଜାଣ୍ଡାର, କୋଲ୍ ଏସ୍କୋଲା ଓ ନୋଆ ୱାଇଲ୍ ଭଳି ବିଶ୍ୱପ୍ରସିଦ୍ଧ ନାମ ରହିଛନ୍ତି।ସିନେମା ମାର୍ଗରେ ମଧ୍ୟ ଶାହରୁଖ ଖାନ ଶୀଘ୍ର ତାଙ୍କର ନୂଆ ଫିଲ୍ମ ‘କିଙ୍ଗ୍’ରେ ଦର୍ଶକଙ୍କ ସମ୍ମୁଖରେ ଆସିବେ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଶାହରୁଖଙ୍କ ଝିଅ ସୁହାନା ଖାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହା ସହ ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀ, ଜ୍ୟାକି ଶ୍ରଫ୍ ଓ ଜୟଦୀପ ଆହଲାୱତଙ୍କ ଭଳି ବଡ଼ କଳାକାରମାନେ ମଧ୍ୟ ଫିଲ୍ମରେ ଅଭିନୟ କରୁଛନ୍ତି।ଶାହରୁଖ ଖାନଙ୍କ ଏହି ସମ୍ମାନ ସାରା ଦେଶର ଭକ୍ତମାନଙ୍କ ପାଇଁ ଆଉ ଏକ ଗର୍ବଙ୍କୁ ନେଇଆସିଛି।

Leave a Reply

Your email address will not be published. Required fields are marked *