Sat. Feb 21st, 2026

ନ୍ୟୁଜ ଡେକ୍ସ : ପଞ୍ଚାୟତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପାଇଁ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗୁହେବ । ତେବେ ସୂଚନା ମୁତାବକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଏକ ଚିଠି ଜାରି କରି ଗ୍ରାମାଞ୍ଚଳ କାର୍ଯ୍ୟାଳୟଗୁଡ଼ିକରେ ବାୟୋମେଟ୍ରିକ୍ ମେସିନ୍ ତୁରନ୍ତ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।

ଅତିରିକ୍ତ ସଚିବ ସୂର୍ଯ୍ୟ ନାରାୟଣ ଦାଶଙ୍କ ଚିଠିରେ କୁହାଯାଇଛି, “ଠିକ ସମୟରେ ଆସିବା ହେଉଛି ସରକାରୀ ସେବାରେ ଦକ୍ଷତା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର ପ୍ରମାଣ।” ବାୟୋମେଟ୍ରିକ୍ ସିଷ୍ଟମ୍ ସମୟାନୁସାରେ ତଥ୍ୟ ପ୍ରଦାନ କରେ ଓ ହାଜିରା ରେକର୍ଡରେ କୌଣସି ହେରଫେରକୁ ରୋକିଥାଏ।

ଏହା ଗ୍ରାମ ପଞ୍ଚାୟତ କର୍ମଚାରୀଙ୍କଠାରୁ ଆରମ୍ଭ କରି ବ୍ଲକ୍ ଡେଭେଲପମେଣ୍ଟ ଅଫିସର (ବିଡିଓ) ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ।ଚିଠିରେ କୁହାଯାଇଛି, “ବାୟୋମେଟ୍ରିକ୍ ହାଜିରା ସିଷ୍ଟମ୍ (ବିଏଏସ୍) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ପଦକ୍ଷେପ। ଏହା ଅନୁଶାସନ ଆଣିବ, ଅନୁପସ୍ଥିତି କମାଇବ ଓ କାମରେ ଅଧିକ ରେଜଲ୍ଚକୁ ପ୍ରୋତ୍ସାହିତ କରିବ।”

Leave a Reply

Your email address will not be published. Required fields are marked *