ନ୍ୟୁଜ ଡେକ୍ସ: ପତ୍ନୀଙ୍କଠାରୁ ଅଲଗା ହେଲେ ଓସ୍କାର ବିଜୟୀ ସଙ୍ଗୀତକାର ତଥା ଗାୟକ ଏ.ଆର. ରେହମାନ(୫୭)। ବିବାହର ୨୯ ବର୍ଷ ପରେ ଏ.ଆର. ରେହମାନ ଓ ତାଙ୍କ ପତ୍ନୀ ସାୟରା ବାନୁ ଅଲଗା ହେଉଛନ୍ତି। ସାୟରାଙ୍କ ଓକିଲ ବନ୍ଦନା ଶାହ ଆନୁଷ୍ଠାନିକ ଭାବେ ବୟାନ ଜାରି କରି ଦମ୍ପତିଙ୍କ ଛାଡପତ୍ର ଘୋଷଣା କରିଛନ୍ତି ଏବଂ ଗୋପନୀୟତା ପାଇଁ ଅନୁରୋଧ କରିଛନ୍ତି। ଏହାର କିଛି ସମୟ ପରେ ଏ.ଆର. ରେହମାନ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏକ ଭାବପ୍ରବଣ ନୋଟ୍ ଶେୟାର କରି ଏହାକୁ ନିଶ୍ଚିତ କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ଉଭୟଙ୍କ ଓକିଲ ଛାଡ଼ପତ୍ରନେଇ ଘୋଷଣା କରିଛନ୍ତି । ସାଇରା ବାନୁଙ୍କ ଓକିଲ କହିଛନ୍ତି, “ସାଇରା ଏହି ସମ୍ପର୍କକୁ ନେଇ ଅନେକ କଷ୍ଟ ପାଉଛନ୍ତି । ଯାହାକୁ ସମ୍ଭାଳିବା ତାଙ୍କ ପାଇଁ ଏବେ ମୁସ୍କିଲ ହୋଇପଡ଼ିଛି । ଏଥିପାଇଁ ସେ ଏହି ବିବାହ ବିଚ୍ଛେଦ ପରି କଠୋର ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ଏହି ଦମ୍ପତ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିବା ନେଇ ସୂଚନା ମିଳିଛି l ସେସବୁକୁ ସମାଧାନ କରିବାକୁ ଉଭୟେ ଅନେକ ଚେଷ୍ଟା କରୁଥିବା ବେଳେ ସେସବୁ ସମାଧାନ ନ ହୋଇ ଦିନ କୁ ଦିନ ବଢ଼ୁଥିଲା l ଶେଷରେ ଏହି ଦମ୍ପତ୍ତି ଏପରି ନିଷ୍ପତି ନେଇଛନ୍ତି l ତେବେ ଏକ ସାକ୍ଷାତକାରରେ ଏ.ଆର ରେହମାନ ଏହି ବିବାହ ତାଙ୍କ ମାଆଙ୍କ ଇଛାରେ ହୋଇଥିବା ନେଇ ସୂଚନା ଦେଇଥିଲେ l ଉଭୟଙ୍କ ମଧ୍ୟରେ ସଂସ୍କୃତିକୁ ନେଇ ମତଭେଦ ଥିବା ଏହା ସତ୍ତ୍ବେ ମଧ୍ୟ ସେମାନେ ଏହି ସମ୍ପର୍କ ନିଭାଇଥିଲେ ବୋଲି କହିଥିଲେ ରେହମାନ ।
ସାଇରାଙ୍କ ପକ୍ଷରୁ ତାଙ୍କ ଟିମ ଜାରି କରିଥିବା ବିବୃତିରେ କୁହାଯାଇଛି ଯେ “ଦୀର୍ଘ ବର୍ଷର ବିବାହ ପରେ ସାଇରା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତିକ୍ରମେ ତାଙ୍କ ସ୍ୱାମୀ ଏଆର ରହମାନଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ପର୍କରେ ଅନେକ ଭାବବିହ୍ୱଳ ଭଟା ସୃଷ୍ଟି ହେବା ପରେ ଏପରି ନିଷ୍ପତ୍ତି ସାଇରା ନେଇଛନ୍ତି। ସେମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଗଭୀର ଭଲ ପାଇବା ଥିଲେ ମଧ୍ୟ ଚାପ ଓ ଅସୁବିଧା ଦମ୍ପତିଙ୍କ ମଧ୍ୟରେ ଏମିତି ଏକ ପାର୍ଥକ୍ୟ ସୃଷ୍ଟି କରିଛି ଯାହାକୁ ପୂରା କରିବା ଦୁଇ ପକ୍ଷ ମଧ୍ୟରେ ଆଉ ସମ୍ଭବ ନୁହେଁ। ଅତ୍ୟନ୍ତ କଷ୍ଟ ଓ ଯନ୍ତ୍ରଣାର ସହ ସାଇରା ଏପରି ନିଷ୍ପତ୍ତି ନେଇଛନ୍ତି।