Sun. Feb 22nd, 2026
Screenshot

ନ୍ୟୁଜ ଡେକ୍ସ: ପଦ୍ମଶ୍ରୀ ପୁରସ୍କାର ବିବାଦ ଭିତରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଉଭୟ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ଲିଖିତ ବହି ସହିତ ହାଜର ହେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ। ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ମାମଲାକୁ ଗୁରୁତ୍ବର ସହ ନେଇ କେନ୍ଦ୍ର ସରକାର ଓ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି କୋର୍ଟ ।

ଏଥି ସହିତ ଫେବ୍ରୁଆରି ୨୪ ତାରିଖ ଦିନ ୨ଟାରେ ଆବେଦନକାରୀ ଅନ୍ତର୍ୟ୍ୟାମୀ ମିଶ୍ର ଓ ପ୍ରତିପକ୍ଷ ନମ୍ବର-୨ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଦ୍ମଶ୍ରୀ ପୁରସ୍କାର ଦାବି ନେଇ ପ୍ରମାଣ କରିବା ପାଇଁ ଉଭୟ ଆବେଦନକାରୀ ଓ ପ୍ରତିପକ୍ଷ ନମ୍ବର-୨ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ପ୍ରକାଶିତ ପ୍ରାସଙ୍ଗିକ ବହୁ ଓ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥାପନ କରିବେ। ସୂଚନା ଅନୁସାରେ, ୨୦୨୩ରେ ଦେଶରେ ମୋଟ ୧୦୬ ଜଣଙ୍କ ନାମ ପଦ୍ମଶ୍ରୀ ସମ୍ମାନ ପାଇଁ ଘୋଷଣା ହୋଇଥିଲା ।

ସେହିବର୍ଷ ଏପ୍ରିଲ ମାସ ୫ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ଢେଙ୍କନାଳର ସାମ୍ବାଦିକ ଅନ୍ତର୍ଯ୍ୟାମୀ ମିଶ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସାହିତ୍ୟ ଓ ଶିକ୍ଷା ବର୍ଗରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବଡ଼ କଥା ହେଉଛି, ସମାନ ନାମ ଥିବା ଆଉଜଣେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମଧ୍ୟ ପୁରସ୍କାର ପାଇଁ ଫୋନ ଆସିଥିଲା। ହେଲେ ପୁରସ୍କାର ଆଉଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ତଥା ଭୁବନେଶ୍ବର ପ୍ରାଣୀ ଚିକିତ୍ସିକ ଓ ସାହିତ୍ୟିକ ଅନ୍ତର୍ଯ୍ୟାମୀ ମିଶ୍ର।

Screenshot

Leave a Reply

Your email address will not be published. Required fields are marked *