ନ୍ୟୁଜ ଡେକ୍ସ : ଧର୍ମ ଓ ଭକ୍ତିର ପରିବେଶରେ ଆଜି ଭଦ୍ରକ ଜିଲ୍ଲାର ଆରଡ଼ି ଆଖଣ୍ଡଳମଣି ପୀଠ ଭରିଯାଇଛି ଭକ୍ତଙ୍କ ଉପସ୍ଥିତିରେ। ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଓ ସେହି ସହ ଦୀପାବଳି ଅମାବାସ୍ୟା ହେବାରୁ, ସକାଳୁ ସକାଳୁ ଭକ୍ତମାନେ ବାବା ଆଖଣ୍ଡଳମଣୀଙ୍କ ଦର୍ଶନ ପାଇଁ ଲମ୍ବା ଲାଇନ୍ ଲାଗିଛି।ପୀଠ ଅଞ୍ଚଳରେ ଆଜିରୁ ଆଧ୍ୟାତ୍ମିକ ପରିବେଶ ବିସ୍ତାରିତ ହୋଇଛି।
ନାମ ସଂକୀର୍ତ୍ତନ ଓ ଭଜନ-କୀର୍ତ୍ତନର ସ୍ୱରରେ ସମଗ୍ର ଆରଡ଼ି ଅଞ୍ଚଳ ଗୁଞ୍ଜିଉଠିଛି। ଭକ୍ତମାନେ ନିଜ ମାନସିକ ଭୋଗ ଲାଗି ଉପସ୍ଥିତ ହୋଇ ବାବାଙ୍କ ଦର୍ଶନ ଓ ପୂଜା-ଅର୍ଚ୍ଚନା କରୁଛନ୍ତି।ଏହି ପବିତ୍ର ମାସରେ ମାସ ତମାମ ପଞ୍ଚାନନ ବେଶରେ ଦର୍ଶନ ଦେଇଛନ୍ତି ବାବା ଆଖଣ୍ଡଳମଣି, ଯାହା ଭକ୍ତମାନଙ୍କ ପାଇଁ ବିଶେଷ ଆକର୍ଷଣର କେନ୍ଦ୍ର ହୋଇଥାଏ।
ଆଜି ଦୀପାବଳି ଅମାବାସ୍ୟା ହେବାରୁ ପୁରାତନ ପରମ୍ପରା ଅନୁସାରେ ଆଜି ରାତି ୯ଟାରେ ମନ୍ଦିର ଚୂଡ଼ାରେ ଉଠିବ ମହାଦୀପ।ଯାହାକି ବର୍ଷ ର ଦୁଇ ଥର ମହାଦୀପ ଉଠିଥାଏ ଆରଡ଼ି ଆଖଣ୍ଡଳମଣି ପୀଠରେ। ଆଜିର ଏହି ଦିନରେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣୀଙ୍କ ପୀଠରେ ହେଉଥିବା ନୀତିକାନ୍ତିକୁ ଦେଖିବା ପାଇଁ ଚାରିଆଡୁ ଭକ୍ତ ଛୁଟି ଆସନ୍ତି ।
