Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି। ଗୋପାଳ ବଲ୍ଲଭ ପରେ ମହାପ୍ରଭୁଙ୍କର ପହିଲି ଭୋଗ ନୀତି କରାଯାଇଛି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ। ସାଧାରଣ ଦିନରେ ଶ୍ରୀମନ୍ଦିର ନୀତିରେ ଠାକୁରଙ୍କ ବେଶ ପରେ ରୋଷହୋମ ହୋଇଥାଏ । ରୋଷହୋମରୁ ଅଗ୍ନି ଆସିଲେ ଠାକୁରଙ୍କ ଭୋଗ ରନ୍ଧାଯିବା ପାଇଁ ଚୂଲି ଲାଗିଥାଏ ।

ପହିଲି ଭୋଗ ମାସରେ କିନ୍ତୁ ମଙ୍ଗଳ ଆଳତି ପରେ ରୋଷହୋମ କରାଯାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଥିଲା । ରାତି ୨ ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି । ୩ଟାରେ ଠାକୁରଙ୍କ ମଙ୍ଗଳ ଆଳତି ଓ ରୋଷହୋମ, ମଇଲମ-ତଡ଼ପଲାଗି ୩ଟା୪୫ ମିନିଟ୍, ଅବକାଶ ସାଢ଼େ ୪ଟା, ସୂର୍ଯ୍ୟପୂଜା ୪ଟା୪୫ମିନିଟ୍, ଦ୍ୱାରପାଳ ପୂଜା ଓ ବେଶ ଶେଷ ୫ଟାରେ ହୋଇଛି । ୫ଟା୩୦ମିନିଟ୍ରୁ ୬ଟା ମଧ୍ୟରେ ପହିଲି ଭୋଗ ଅର୍ପଣ କରାଯାଇଛି ।

ଏହି ଅବସରରେ ୨୪ ପ୍ରକାରର ପିଠା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କଠାରେ ଭୋଗ ଲାଗାଯିବ। ଆଜି ରାତ୍ର ୨ଟା ୧୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ସଂପନ୍ନ ହୋଇଛି। ପରେ ମଙ୍ଗଳି ଆଳତି ହୋଇ ଭୋର ସମୟରୁ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି। ଏହାର ଅର୍ଥ କାଉ କା କହିବା ପୂର୍ବରୁ ପହିଲି ଭୋଗ ନିତୀ ସମ୍ପନ୍ନ ହେବା ପରମ୍ପରା ରହିଛି।

Leave a Reply

Your email address will not be published. Required fields are marked *