Thu. Oct 23rd, 2025

ନ୍ୟୁଜ ଡେକ୍ସ: ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ କାମନା କରିଛନ୍ତି ମଖ୍ୟମନ୍ତ୍ରୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ ।ତେବେ ଆଜି ପବିତ୍ର ରାମନବମୀ ଉପଲକ୍ଷେ ଉତ୍ସବମୁଖର ହୋଇଛି ଦେଶ ଠୁ ଆରମ୍ଭ କରି ସମଗ୍ର ରାଜ୍ୟ । ସକାଳୁ ସକାଳୁ ମଠ ଓ ମନ୍ଦିର ମାନଙ୍କରେ ଭକ୍ତଙ୍କ ପ୍ରବଳ ଭିଡ ପରିଲିକ୍ଷିତ ହୋଇଛି ।

ସମ୍ୱେଦନଶୀଳ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ରାମ ନବମୀ ପାଳନ ପାଇଁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଛି । ଅନ୍ୟପଟେ ଭୁବନେଶ୍ଵର ରାମ ମନ୍ଦିରରେ ମହା ଆଡମ୍ୱରରେ ପାଳିତ ହେଉଛି ରାମ ନବମୀ । ଘଣ୍ଟ ଘଣ୍ଟି ସାଙ୍ଗକୁ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ପରିବେଶ । ରାମ ମନ୍ଦିରରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଆସିଥିବା ବେଳେ ଶ୍ରୀ ରାମ ଚରିତ ମାନସ ପାଠ କରାଯାଉଛି । ଭୋର ୫ ଟାରୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି ।

Leave a Reply

Your email address will not be published. Required fields are marked *