Thu. Oct 23rd, 2025

ନ୍ୟୁଜ ଡେକ୍ସ: ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ । ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଯାଇଛି । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଖବର ଅନୁଯାୟୀ, ରବିବାର ରାତିରେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ବର୍ଷ ହେବ ମାମୁଁଘର ନୀଳଗିରିରେ ରହି ଆସୁଥିଲା । ରାଜକୀୟ ପରମ୍ପରା ଅନୁଯାୟୀ ରଣାର୍ଣ୍ଣବଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପରେ ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଶେଷରେ ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଣାର୍ଣ୍ଣବ ଦେବ । ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ହୋଇଥିଲା । ପରେ ରାଜକୀୟ ପରମ୍ପରା ଅନୁଯାୟୀ କରାଯିବ ଶେଷକୃତ୍ୟ ସମ୍ପନ୍ନ ।

Leave a Reply

Your email address will not be published. Required fields are marked *