ନ୍ୟୁଜ ଡେକ୍ସ: ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହୋଇଛି। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଛି। କୁଇଣ୍ଟାଲ ପିଛା ୨୭ଶହ ୮୦ ଟଙ୍କାରେ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଥିବା ଜଣାଯାଇଛି। ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ଆଜି କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହୋଇଛି ।
ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ । ସେ କହିଛନ୍ତି, ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା ତାର ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପାଇଁ ଅନୁପଯୁକ୍ତ ବୋଲି ସ୍ପଷ୍ଟ କରିଥିଲା ସୁଆର ମହାସୁଆର ନିଯୋଗ। ଫଳରେ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ। ଏହା ପରେ ଗତକାଲି ସିଭିଲ୍ ସପ୍ଲାଏ ଅଫିସରଙ୍କ ଦ୍ୱାରା ସଟ୍ ଅକ୍ସନ ଓ ସ୍ପଟ୍ ଅକ୍ସନ ସଂପୂର୍ଣ୍ଣ ହୋଇଥିଲା। କୁଇଣ୍ଟାଲ ପିଛା ୨୭ଶହ ୮୦ ଟଙ୍କାରେ ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଥିଲା। ମୋଟ୍ ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି।
ସମସ୍ତ ଟଙ୍କାକୁ ମନ୍ଦିର ପ୍ରଶାସନ ଖାତାରେ ଜମା କରାଇ ଦିଆଯିବ। ଯାହାକୁ ନେଇ ଆଜି ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପ୍ରାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଛି । ଯେଉଁଥିରୁ ମୋଟ ୨ କୋଟି ୮୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଏହି ଟଙ୍କା ଶ୍ରୀମନ୍ଦିର ପାଣ୍ଠିରେ ପୈଠ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
