ନ୍ୟୁଜ ଡେକ୍ସ: ମୋ ବସ୍ ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଖିବୁଜିଲେ । ଏମ୍ସରେ ପ୍ରାଣ ହରାଇଲେ ରାଜକୁମାରୀ ପ୍ରଧାନ । ପାତ୍ରପଡ଼ାରେ ମୋ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ହୋଇଥିଲେ ଭର୍ତ୍ତି ।ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଏହି ଦୁର୍ଘଟଣା।
ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍। ଏହି ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ହୋଇଥିଲେ ମାଆ। ଘଟଣାରେ ଅନ୍ୟ ୩ ଜଣ ମଧ୍ୟ ଗୁରୁତର ହୋଇଥିଲେ।ଗୁରୁତର ମାଆଙ୍କୁ ଏମ୍ସରେ ଚିକିତ୍ସା କରାଯାଉଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ଫୁଲବାଣୀ ବୋଲି ଜଣାପଡିଥିବା ବେଳେ ସେମାନେ ଭୁବନେଶ୍ବରରେ ରହୁଥିଲେ।ସୂଚନା ଥାଉକି ୩୩ଏସ୍ ମୋ’ ବସ୍ ଭୁବନେଶ୍ୱର ଟାଉନରୁ କଳିଙ୍ଗ ନଗର ଡିପୋ ଆଡକୁ ଯାଉଥିଲା।
ସେହି ସମୟରେ ଏନଏଚ୍ ତଳକୁ ଖସୁଥିବା ମୋ ବସ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେବା ପରେ ପୁଣି ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ତମାଣ୍ଡୋ ଥାନା ଡିଏନରେଙ୍ଗାଲିଆ ଓଭରବ୍ରିଜ ତଳେ ଜଣେ ମହିଳାଙ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଇଥିଲା ମୋ ବସ୍। ଏଥିରେ ଘଟଣାସ୍ଥଳରେ ହିଁ ଜଣେ ଝିଅର ପ୍ରାଣ ଚାଲି ଯାଇଥିଲା। ମାଆ ଗୁରୁତର ହୋଇପଡିଥିଲେ।
