ନ୍ୟୁଜ ଡେକ୍ସ : ପର୍ବପର୍ବାଣୀ ଋତୁ ଆସିବା ସହିତ ଯେଉଁଠି ସମସ୍ତେ ଉପହାର ଆଦାନପ୍ରଦାନରେ ବ୍ୟସ୍ତ ରହନ୍ତି, ସେଠି ରାଜ୍ୟ ସରକାର ଏବେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଭାରତ ସରକାରଙ୍କ ନିଦେଶ ଅନୁସରେ ରାଜ୍ୟ ସରକାର ମଧ୍ୟ ‘ନୋ ଗିଫ୍ଟ ପଲିସି’ ଲାଗୁ କରିଛି।
ଏହି ନୀତି ଅନୁଯାୟୀ, ଦୀପାବଳି ସମେତ କୌଣସି ପର୍ବପର୍ବାଣୀ ସମୟରେ ସରକାରୀ କାର୍ଯ୍ୟାଳୟ ବା ସରକାରୀ ଉଦ୍ୟୋଗ (PSU) ମଧ୍ୟରେ ଉପହାର ଆଦାନପ୍ରଦାନ କିମ୍ବା ଏହା ସଂକ୍ରାନ୍ତୀୟ ଖର୍ଚ୍ଚ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସନ୍ଦେଶ ଜାରି କରି କହିଛନ୍ତି, “ପର୍ବପର୍ବାଣୀ ସମୟରେ କେହି ମୋ କାର୍ଯ୍ୟାଳୟକୁ ଉପହାର ନେଇ ଆସିବେ ନାହିଁ। ରାଜ୍ୟ ସରକାର ଏହାସହିତ ସମ୍ପୂର୍ଣ୍ଣ ସମାନ ନୀତି ଅପଣାଇଛନ୍ତି, ଯାହା କେନ୍ଦ୍ର ସରକାରଙ୍କ ‘ନୋ ଗିଫ୍ଟ’ ପଲିସି ସହ ସମନ୍ୱିତ।” ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସନ୍ଦେଶ ଜାରି କରି କହିଛନ୍ତି, “ପର୍ବପର୍ବାଣୀ ସମୟରେ କେହି ମୋ କାର୍ଯ୍ୟାଳୟକୁ ଉପହାର ନେଇ ଆସିବେ ନାହିଁ। ରାଜ୍ୟ ସରକାର ଏହାସହିତ ସମ୍ପୂର୍ଣ୍ଣ ସମାନ ନୀତି ଅପଣାଇଛନ୍ତି, ଯାହା କେନ୍ଦ୍ର ସରକାରଙ୍କ ‘ନୋ ଗିଫ୍ଟ’ ପଲିସି ସହ ସମନ୍ୱିତ।”
ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ସରକାରୀ ଉଦ୍ୟୋଗ (PSU) ଏବଂ କେନ୍ଦ୍ରୀୟ ପିଏସୟୁ ମାନେ ଏବେ ଦୀପାବଳି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଉପହାର ବା ଏ ସଂକ୍ରାନ୍ତୀୟ ସାମଗ୍ରୀ କ୍ରୟ କରିପାରିବେ ନାହିଁ।ଏହି ପଦକ୍ଷେପ ମାଧ୍ୟମରେ ରାଜକୋଷର ସୁଚିନ୍ତିତ ଓ ଉପଯୁକ୍ତ ବ୍ୟବହାରକୁ ପ୍ରୋତ୍ସାହନ ଦେବା ଓ ଅନାବଶ୍ୟକ ଖର୍ଚ୍ଚକୁ ହ୍ରାସ କରିବା ଉଦ୍ଦେଶ୍ୟ ରହିଛି। ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ଏନେଇ ସମସ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।
