Sat. Feb 21st, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୈତିକ ପରିସରରେ ଚଞ୍ଚଳତା ସୃଷ୍ଟି ହୋଇଛି। ଏହି ଘଟଣା ପ୍ରତି କଠୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବାଲେଶ୍ବର ସାଂସଦ ଡ଼ଃ ପ୍ରତାପ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ ଘଟଣା।

ବାରମ୍ବାର ଏପରି ଅପରାଧ ଘଟିବା ଦେଖି ପଶ୍ଚିମବଙ୍ଗର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠିଛି।ସାଂସଦ ଷଡ଼ଙ୍ଗୀ ମମତା ବ୍ୟାନାର୍ଜି ସରକାରକୁ ଆକ୍ରମଣ କରି କହିଛନ୍ତି — “ପଶ୍ଚିମବଙ୍ଗ ଏବେ ଆତଙ୍କବାଦୀ ଓ ଅନୁପ୍ରବେଶକାରୀମାନଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ସରକାରୀ ପ୍ରୋତ୍ସାହନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଛି ଏବଂ ସରକାର ସେମାନଙ୍କ ପ୍ରତି ସମ୍ବେଦନଶୀଳ ଅଟେ।”

ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ, ଏହି ଘଟଣାରେ ହସ୍ତକ୍ଷେପ କରି ପଶ୍ଚିମବଙ୍ଗ ସରକାର ଉପରେ ଚାପ ପ୍ରୟୋଗ କରନ୍ତୁ ଏବଂ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରି କଠୋର ଶାସ୍ତି ଦିଆଯାଉ। ମୁଁ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରିଛି ତାଙ୍କ ସ୍ବାସ୍ଥ ବିଷୟରେ ପଚାରି ବୁଝିଛି । ସେ ସେଇଠାରେ ଚିକିତ୍ସିତ ହେବେ ସୁସ୍ଥ ହେବା ପରେ ଓଡି‌ଶା ଫେରିବେ ବୋଲି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।

Leave a Reply

Your email address will not be published. Required fields are marked *