ନ୍ୟୁଜ ଡେକ୍ସ: ଏବେଠୁ ଏତେ, ଆଗକୁ କେତେ । ଅର୍ଥାତ୍ ମାର୍ଚ୍ଚ ମାସରୁ କଲବଲ କଲାଣି ତାତି । ବିଶେଷକରି କଲବଲ ହେଲାଣି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ଅନୁଭୂତ ହେଉଛି । ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ୱଲପୁର । ସାଢେ ୧୧ ଟା ସୁଦ୍ଧା ସମ୍ୱଲପୁରର ପାରଦ ଟପିଛି ୩୭ ଡିଗ୍ରୀ । ବର୍ତ୍ତମାନ ସୁଦ୍ଧା ୩୭.୭ ରେକର୍ଡ ହୋଇଛି । ଆସନ୍ତାକାଲି ଯାଏ ତାତିରୁ ତ୍ରାହି ନାହିଁ ।
୧୬ ତାରିଖ ଯାଏଁ ରାଜ୍ୟରେ ସିଭିୟର ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରୀ ଟପିପାରେ। ଆଜି ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ବା ପ୍ରବଳ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବା ବେଳେ, ସୁନ୍ଦରଗଡ଼, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରାଯାଇଛି।
ଏହି ୪ ସ୍ଥାନ ସମେତ ସୁନ୍ଦରଗଡ଼ ଓ ଅନୁଗୁଳରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି । ଗ୍ରୀଷ୍ମ ଲହରୀ ପାଇଁ ସୋନପୁର, ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଓ ବୌଦ୍ଧରେ ଦିନ ତାତି ସହ ନାକେଦମ କରିବ ଉତ୍ତପ୍ତ ରାତି । ରବିବାର ମଧ୍ୟ ୫ ଜିଲ୍ଲାରେ ଗ୍ରୀଷ୍ମ ଲହରୀ କଲବଲ କରିପାରେ ।
