ନ୍ୟୁଜ ଡେକ୍ସ : ଭାରତୀୟ ସେନା ପୁଣି ଥରେ ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ସୋମବାର (୨୮ ଜୁଲାଇ) ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ସେନା ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛି। ଆତଙ୍କବାଦୀଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରାଯାଇଛି, ଯାହାକୁ ‘ଅପରେସନ୍ ମହାଦେବ’ ନାମ ଦିଆଯାଇଛି ।
ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍ର ମିଳିତ ଦଳ ଏହି ଅପରେସନ୍କୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ସୁରକ୍ଷାବଳ ପୂର୍ବରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଉଥିଲେ, ଯେତେବେଳେ ଏହି ଆତଙ୍କବାଦୀଙ୍କ ଲୁଚି ରହିଥିବାର ଖବର ମିଳିଥିଲା। ଏନ୍କାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ କରାଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସେନା କହିଛି ଯେ ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଏଠାରେ ଆତଙ୍କବାଦୀମାନେ ଲୁଚି ରହିଥିବା ଆଶଙ୍କା ଥିଲା।
ଏ ସମ୍ପର୍କରେ, ସେନା ‘ଅପରେସନ୍ ମହାଦେବ’ ଆରମ୍ଭ କରିଥିଲା।ନିହତ ଆତଙ୍କବାଦୀମାନେ ପହଲଗାମ ଆକ୍ରମଣ ସହିତ ଜଡିତ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ ସରକାରୀ ସୂଚନା ମିଳିନାହିଁ। ତଥାପି, ସୂତ୍ରରୁ ଜଣାପଡ଼ିଛି ଯେ ଏହି ଆତଙ୍କବାଦୀମାନେ ଲସ୍କର ସହିତ ଜଡିତ ହୋଇପାରନ୍ତି।ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ତାହା ଏକ ପାହାଡ଼ । ଆତଙ୍କବାଦୀମାନେ ମହାଦେବ ପାହାଡ଼ ଅଞ୍ଚଳରେ ତମ୍ବୁ ଟାଣି ରହୁଥିଲେ। ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପେରସନ ଜାରି ରହିଛି ।
