Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆମ ଦେଶ ଭାରତ ବିଶ୍ୱରେ ଏକ ସୁଉନ୍ନତ, ସୁସଂଗଠିତ ଓ ସାର୍ବଭୌମ ରାଷ୍ଟ୍ର ଭାବରେ ଚିହ୍ନିତ। ଏହି ସାର୍ବଭୌମତ୍ୱ ଓ ସୁରକ୍ଷାକୁ ଅଖଣ୍ଡ ରଖିବା ପାଇଁ ଆମ ସୈନିକ ବଳ ସଦା ସଚେତନ ଓ ସଜାଗ ଅଛନ୍ତି। ଆଜିର ଯୁଗର ଭାରତୀୟ ନାରୀମାନେ ସେହି ସେନାର ଅଭିନ୍ନ ଅଂଶ ହେବାରେ ସମର୍ଥ ହୋଇପାରିଛନ୍ତି।

ଏହି ପରିପ୍ରେକ୍ଷୀରେ ପହଲଗାମରେ ହୋଇଥିବା ନିର୍ମମ ଆକ୍ରମଣରେ ଭାରତର ଯେଉଁ ଦୃଢ଼ ପଦକ୍ଷେପ ଥିଲା, ‘ଅପରେସନ୍ ସିନ୍ଦୂର’, ତାହା ଭାରତୀୟ ଜାଗ୍ରତ ନାରୀଶକ୍ତିର ଏକ ଅଲିଭା ଘଟଣା। ଏହି ଅସ୍ମିତାକୁ ରକ୍ଷା କରିବା ପାଇଁ ଯେପରି ଭାବେ ଭାରତ ଏକ ଶକ୍ତିଶାଳୀ ଉତ୍ତର ଦେଲା, ତାହିଁ ହେଉଛି ‘ଅପରେସନ୍ ସିନ୍ଦୂର’। ଏହି ଅପରେସନ୍ ସଫଳ କରିବାରେ ନାରୀ ସେନାର ଭୂମିକା ଗର୍ବ ଓ ଗୌରବର ବିଷୟ। ଯିଏ କି,ପାକିସ୍ତାନରେ ତାଣ୍ଡବ ରଚିଲେ ଦୁଇ ଭାରତୀୟ ମହିଳା । ତେବେ ଆପଣମାନଙ୍କ ମନରେ ବି ଏହି ପ୍ରଶ୍ନ ଉଙ୍କି ମାରୁଥିବ ଭାରତୀୟ ସ୍ଥଳ ସେନାର କର୍ଣ୍ଣେଲ ସୋଫିୟା କ୍ୟୁରେଶୀ ଓ ବାୟୁ ସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କିଏ? ତେବେ ଆସନ୍ତୁ ଜାଣିବା । କ୍ରପ୍ସ ଅଫ ସିଗ୍ନାଲର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ୨୦୧୬ରେ ଇତିହାସ ରଚିଥିଲେ। ସେ ପ୍ରଥମ ମହିଳା ଅଧିକାରୀ ଭାବେ ଫୋର୍ସ ୧୮ରେ ଭାରତୀୟ ସେନାର ଟ୍ରେନିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ।

୧୮ଟି ଦେଶ ମିଳିତ ଭାବେ କରିଥିବା ସମରାଭ୍ୟାସରେ ଭାରତର ନେତୃତ୍ୱ କର୍ଣ୍ଣେଲ କ୍ୟୁରେଶୀଙ୍କ ହାତରେ ରହିଥିଲା। ମାତ୍ର ୩୫ ବର୍ଷ ବୟସରେ କ୍ୟୁରେଶୀ ସମରାଭ୍ୟାସରେ ଭାଗ ନେଇଥିବା ସମସ୍ତ ଦେଶଗୁଡ଼ିକ ମଧ୍ୟରେ ଏକମାତ୍ର ମହିଳା କଣ୍ଟିଜେଣ୍ଟ କମାଣ୍ଡର ଥିଲେ।୨୦୧୬ ମାର୍ଚ୍ଚ ୨ରୁ ୮ ଯାଏ ପୁଣେରେ ସାମରିକ ଅଭ୍ୟାସର ଆୟୋଜନ ପୁଣେ ଠାରେ ହୋଇଥିଲା। ଏଥିରେ ଏସିଆନ ଦେଶ ଗୁଡ଼ିକ ସମେତ ରୁଷ, ଆମେରିକା, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ର ସାମିଲ ହୋଇଥିଲେ। ଏହି ସମାରାଭ୍ୟାସରେ ଭାରତର ନେତୃତ୍ୱ କ୍ୟୁରେଶୀ ନେଇଥିଲେ।ଶାନ୍ତି ପ୍ରତିଷ୍ଠା ଅପରେସନରେ ଟ୍ରେନିଂ ଇନପୁଟ ଦେବା ତାଙ୍କର ପ୍ରମୁଖ କାମ। ଏହି କାମ ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଜଡ଼ିତ। କାରଣ ତାଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ସ୍ୱାମୀଙ୍କ ଯାଏ ସମସ୍ତେ ଭାରତୀୟ ସେନାରେ ସାମିଲ ହୋଇ ଦେଶର ସେବା କରିଛନ୍ତି। କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ୧୯୯୦ ମସିହାର କମିଶନଡ ଅଫିସର ଯିଏ ୩ ଦଶନ୍ଧିରୁ ଅଧିକ ସମୟ ହେଲା ଭାରତୀୟ ସେନାରେ କାମ କରୁଛନ୍ତି। ସେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ସାହାସ ପାଇଁ ସବୁବେଳେ ପ୍ରଶଂସିତ ହୋଇ ଆସିଛନ୍ତି। ଏହି ଦୀର୍ଘ ବର୍ଷର ସେବା ମଧ୍ୟରେ ସେ ଅନେକ ପଦପଦବୀରେ ରହିଛନ୍ତି।ଏକାଧିକ ବିପଦପୂର୍ଣ୍ଣ ଫ୍ଲାଇଂ ଅପରେସନରେ ନିଜ ଦକ୍ଷତା ଦେଖାଇ ସାରିଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ସେ ଭାରତୀୟ ବାୟୁ ସେନାର ଜଣେ ପରିଚିତ ନାଁ। ଉତ୍ତର ପୂର୍ବ ରାଜ୍ୟରେ ଭୟଙ୍କର ବନ୍ୟା ବେଳେ ସେ ଦେଖାଇଥିବା ସାହାସ ସମସ୍ତଙ୍କୁ ଆଚମ୍ବିତ କରିଥିଲା। ଏଥିପାଇଁ ତାଙ୍କୁ ସମ୍ମାନୀତି ମଧ୍ୟ କରାଯାଇଥିଲା। ୨୦୦୪ରେ ସେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ।

ହେଲିକପ୍ଟରୀ ଉଡ଼ାଣରେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ଚେତକ ଓ ଚିତା ଭଳି ହେଲିକପ୍ଟର ଉଡ଼ାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୭ରେ ତାଙ୍କୁ ୱିଙ୍ଗ କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା।ସ୍କୁଲ ବେଳରୁ ୱିଙ୍ଗ କମାଣ୍ଡ ବ୍ୟୋମିକା ଆକାଶରେ ଉଡ଼ିବାକୁ ମନ ବଳାଇଥିଲେ। ଏହି ସ୍ୱପ୍ନ ତାଙ୍କୁ ଭାରତୀୟ ବାୟୁ ସେନା ପ୍ରତି ଆକୃଷ୍ଟ କରିଥିଲେ। ତାଙ୍କ ନାଁ ବ୍ୟୋମିକା ହିଁ ସବୁ କିଛି ବୟାନ କରୁଛି। ଏହି ନାଁର ଅର୍ଥ ଯିଏ ସବୁବେଳେ ଆକାଶରେ ରହେ ବା ଆକାଶର ଝିଅ। ପିଲାଟି ବେଳକୁ ଆକାଶରେ ଉଡ଼ିବାକୁ ଚାହୁଁଥିବା ବ୍ୟୋମିକା ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଏନସିସିରେ ଯୋଗଦେଇଥିଲେ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ସେ ତାଙ୍କ ପରିବାରର ପ୍ରଥମ ସଦସ୍ୟ ଭାବେ ଯିଏ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପ୍ରଥମେ ବ୍ୟୋମିକା ହେଲିକପ୍ଟର ପାଇଲଟ ଭାବେ ଭାରତୀୟ ବାୟୁ ସେନାରେ ଯୋଗ ଦେଇଥିଲେ। ୨୦୧୯ ଡିସମେମ୍ବର ମାସରେ ଫ୍ଲାଇଂ ବ୍ରାଞ୍ଚରେ ସ୍ଥାୟୀ ନିଯୁକ୍ତି ପାଇଥିଲେ। ବ୍ୟୋମିକା ୨୫୦୦ରୁ ଅଧିକ ଘଣ୍ଟା ବିମାନ ଉଡ଼ାଇ ସାରିଥିବା ବେଳେ ଅନେକ ମିଶନରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *