Fri. Oct 24th, 2025

ନ୍ୟୁଜ ଡେକ୍ସ: ଫେମସ ପୋଡକାଷ୍ଟର ଏବଂ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ପୁଣି ଥରେ ବିବାଦ ଘେରରେ। ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ, ସେ ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିପାଇଁ ୟୁଜର୍ସମାନେ ଏବେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି।

ଏହି ପୋଷ୍ଟରେ ରଣବୀର ପାକିସ୍ତାନୀମାନଙ୍କୁ କ୍ଷମା ମାଗିଥିବାର ଦେଖାଯାଇଥିଲା।ସେ ତାଙ୍କ ପୋଷ୍ଟରେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ପୋଷ୍ଟ ଭାରତର ଲୋକମାନଙ୍କୁ କ୍ରୋଧନ୍ବିତ କରିପାରେ। ଯଦି ଆପଣଙ୍କୁ ଲାଗୁଛି ଯେ ଆମେ ଘୃଣା ପ୍ରସାର କରୁଛୁ, ତେବେ ମୁଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି।’ ଭାରତୀୟମାନେ ପାକିସ୍ତାନୀମାନଙ୍କ କଥା ବୁଝିପାରୁଛନ୍ତି, କିନ୍ତୁ ଭାରତୀୟ ଏବଂ ପାକିସ୍ତାନୀ ଗଣମାଧ୍ୟମ ଉଭୟ ଏବେ ମିଛ ପ୍ରଚାର କରୁଛନ୍ତି।

ଆମର ଅଧିକାଂଶ ଜନସଂଖ୍ୟା ସୀମା ନିକଟରେ ଥିବା ନିରୀହ ଲୋକଙ୍କ ପାଇଁ ଶାନ୍ତି ଚାହାଁନ୍ତି, କିନ୍ତୁ ଭାରତ ମଧ୍ୟ ପାକ୍ ସେନା ଏବଂ ଆଇଏସଆଇର ରାଜ୍ୟ ପ୍ରାୟୋଜିତ ଆତଙ୍କବାଦକୁ ସମାପ୍ତ କରିବାକୁ ଚାହାଁନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି- ‘ଗୋଟିଏ ଶେଷ କଥା… ଏହା ଭାରତୀୟ ବନାମ ପାକିସ୍ତାନୀ ଲୋକଙ୍କ ବିଷୟରେ ନୁହେଁ, ଏହା ଭାରତ ବନାମ ପାକିସ୍ତାନୀ ସେନା ଏବଂ ଆଇଏସଆଇ ବିଷୟରେ।’ ଆଶା କରୁଛି ଶାନ୍ତି ଦୀର୍ଘ ସମୟ ପାଇଁ ରହିବ। ଯଦି ଆଲ୍ଲା ଚାହାଁନ୍ତି।

Leave a Reply

Your email address will not be published. Required fields are marked *