Thu. Oct 23rd, 2025

ନ୍ୟୁଜ ଡେକ୍ସ: ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ । ୧୬ ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିଛି ଭାରତ । ଏହି ଚ୍ୟାନେଲ ଗୁଡିକରେ ଥିବା ମୋଟ ୬୩ ମିଲିୟନ ସବସ୍କ୍ରାଇବରଙ୍କୁ ବ୍ୟାନ କରିଛି ଭାରତ । ପହଲଗାମ ଆକ୍ରମଣ ପରେ ବିଭ୍ରାନ୍ତିକର, ଗୁଜବ ଏବଂ ମିଛ ଖବର ପରିବେଷଣ କରୁଥିବା ପାକ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରାଯାଇଛି ।

ଗୋଟିଏ ପରେ ଗୋଟିଏ ବଡ ଆକ୍ସନ ନେଉଛି ଭାରତ। ସିନ୍ଧୁ ନଦୀ ପାଣି ବନ୍ଦ କରିବା ପରେ ଏବେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛି ଭାରତ। ଭାରତରେ ପାକିସ୍ତାନ୍ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରିଦିଆଯାଇଛି। ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଛି ଭାରତ। ପୁର୍ବରୁ ସୋସିଆଲ ମିଡିଆ ‘ଏକ୍ସ’ ବନ୍ଦ କରିଥିଲା ଭାରତ।ଏବେ ଆଉ ଚଳିବନି ପାକିସ୍ତାନର ପ୍ରୋପାଗଣ୍ଡା। ୬୩ ମିଲିୟନ ସବସ୍କ୍ରାଇବର୍ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ।

ଜମ୍ମୁ-କାଶ୍ମୀରର ପହଲଗାମ୍ ଆଟାକ୍‌ ପରେ ଉତ୍ତେଜନାମୂଳକ ଏବଂ ସମ୍ବେଦନଶୀଳ ସାମ୍ପ୍ରଦାୟିକ ବିଷୟବସ୍ତୁ ନେଇ ପ୍ରଚାର ପ୍ରସାର ରୋକିବାକୁ ଭାରତ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।ଭାରତ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ କରିବା ପରେ ପାକ୍ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରାଯାଇଛି ।

ବଡ଼ କଥା ହେଉଛି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିକୁ ମଧ୍ୟ ନୋଟିସ୍ ଜାରି କରିଛି ଭାରତ ।ପହଲଗାମ ଆତଙ୍କୀ ଆକ୍ରମଣକୁ ବନ୍ଧୁକଧାରୀଙ୍କ ଆକ୍ରମଣ ନେଇ କରିଥିବା ନ୍ୟୁଜକୁ ନେଇ ପ୍ରତିବାଦ କରିଛି ଭାରତ । ଭାରତର ବିବିସି ମୁଖ୍ୟଙ୍କୁ ଏକ ଚିଠି ଲେଖି ବୈଦେଶିକ ମନ୍ତ୍ରଣାଳୟ ବିବିସିର ରିପୋଟିଂକୁ ତର୍ଜମା କରୁଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *