Fri. Oct 24th, 2025

ନ୍ୟୁଜ ଡେକ୍ସ: ପାକିସ୍ତାନ ସହ କେବଳ ପାକ୍ ଅଧିକୃତ କାଶ୍ମୀର ଓ ଆତଙ୍କବାଦ ଉପରେ ହିଁ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୋମବାର ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉଠୁଥିବା ଅନେକ ପ୍ରଶ୍ନର ସିଧା ଉତ୍ତର ଦେଇଛନ୍ତି । ପିଏମ୍ ମୋଦୀ ଏହି ଅବସରରେ ପାକିସ୍ତାନକୁ କଡ଼ା ଚେତାବନୀ ଜାରି କରି ଏହା ବି କହିଛନ୍ତି ଯେ ଏବେ ରକ୍ତ ଓ ପାଣି ଏକାସଙ୍ଗରେ ବୋହିବ ନାହିଁ ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଲୋକମାନେ କଠୋର କାର୍ଯ୍ୟାନୁଷ୍ଠାନ ଚାହୁଁଥିଲେ ଏବଂ ସେନା ଅପରେସନ ସିନ୍ଦୂର ଆରମ୍ଭ କରି ଲୋକଙ୍କ ଭାବନାକୁ ପୂରଣ କରିଛି। ଅପରେସନ ସିନ୍ଦୂର ହେଉଛି ଆତଙ୍କବାଦ ବିରୋଧରେ ନୂତନ ଭାରତୀୟ ନୀତି। ଏହା ହେଉଛି ନୂତନ ସ୍ୱାଭାବିକତା। ସେ କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ଏବଂ ପରମାଣୁ ବୋମା ଧମକର ଜବାବ ଦିଆଯିବ।ପିଏମ ମୋଦୀ ସୋମବାର ପାକିସ୍ତାନକୁ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି ।

ସେ କହିଛନ୍ତି, ‘ଭାରତର ତିନି ସେନା ଆଲର୍ଟରେ ଅଛନ୍ତି । ସର୍ଜିକାଲ୍ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର ନୀତି ଅଟେ । ଅପରେସନ ସିନ୍ଦୂର ନୂଆ ରେଖା ଟାଣିଛି । ଯଦି ଭାରତ ଉପରେ ଆକ୍ରମଣ ହୁଏ, ଚେବେ ମୁହଁତୋଡ଼ ଜବାବ ଦିଆଯିବ, ଆମେ ନିଜ ବାଟରେ ନିଜ ସର୍ତ୍ତରେ ଜବାବ ଦେବୁ ।’

Leave a Reply

Your email address will not be published. Required fields are marked *