ନ୍ୟୁଜ ଡେକ୍ସ:ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ। ଦେଶର ୮ଟି ରାଜ୍ୟର ୧୫ଟି ସ୍ଥାନରେ ଚଢାଉ। ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହ ଜଡିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଉପରେ ଏନଆଇଏ ଚଢାଉ କରିଛି।
ସିଆରପିଏଫ ଯବାନ ମୋତି ରାମ ଜାଟଙ୍କୁ ପଚରାଉଚରା କରିବା ପରେ ଏନଆଇଏ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ଏନଆଇଏ ଦିଲ୍ଲୀ, ମହାରାଷ୍ଚ୍ର, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ, ଆସାମ ଓ ପଶ୍ଚିମବଙ୍ଗ ରାଜ୍ୟରେ ଅନୁସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ ଅନୁସନ୍ଧାନ ସମୟରେ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ସହ ସମ୍ବେଦନଶୀଳ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧିତ କାଗଜପତ୍ର ଜବତ କରାଯାଇଛି । ଏହା ସହିତ ଆପରାଧିକ ଗତିବିଧି ସହ ଜଡିତ ବହୁ ସାମଗ୍ରୀ ମିଳିଛି ।
ଗୁପ୍ତ ସୂଚନା ବଦଳରେ ଟଙ୍କା ଦିଆଯାଇଥିବା ନିଶ୍ଚିତ କରୁଥିବା କାଗଜପତ୍ର NIA ପାଇଛି। ଏନଆଇଏ ଅନୁଯାୟୀ, ଯେଉଁମାନଙ୍କ ଘର ଉପରେ ଚଢାଉ କରାଯାଇଥିଲା ସେମାନେ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ। ପାକିସ୍ତାନୀ ଗୁଇନ୍ଦା ଅଧିକାରୀମାନଙ୍କ ସହିତ ଗୁପ୍ତ ସୂଚନା ଦେଇଥିବା ଅଭିଯୋଗରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF)ର ଜଣେ ଯବାନଙ୍କୁ ଗିରଫ କରାଯିବା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଶନିବାର କୋଲକାତାର ତିନୋଟି ସ୍ଥାନରେ ଚଢାଉ ଏବଂ ଛାନଭିନ କରିଛି।

