Thu. Oct 23rd, 2025

ନ୍ୟୁଜ ଡେକ୍ସ: ପାଟୁଆ ଶୋଭାଯାତ୍ରା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ ।ଏଥିସହ ୧୦ ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ତିହଡି ହାଟୁଆରୀରେ ଘଟଣା ଘଟିଛି। ଗୁରୁତରମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ରବିବାର ରାତିରେ ନୂଆନନ୍ଦ ଗାଁରେ ଚାଲିଥିବା ପାଟୁଆ ଯାତ୍ରା ସମୟରେ ଏହି ଅଘଟଣ ଘଟିଛି। ଡିଜେ ଗାଡ଼ିରୁ ବିଦ୍ୟୁତ୍ ସଂସ୍ପର୍ଶ ହେବା କାରଣରୁ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି, ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ସ୍ଥାନୀୟ ପୋଲିସ ଏବଂ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡିଜେ ଗାଡ଼ିର ଉଚ୍ଚତା ଯୋଗୁଁ ଏହା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଏହି ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *