Thu. Oct 23rd, 2025

ନ୍ୟୁଜ ଡେକ୍ସ: ସାରା ଓଡ଼ିଶାରେ ଦିନ ତମାମ ଭୀଷଣ ଖରା । ଉପକୂଳରେ ତାତିକୁ ଅସମ୍ଭାଳ ଗୁଳୁଗୁଳି। ଅପରାହ୍ନ ଓ ସନ୍ଧ୍ୟାରେ କିଛି କିଛି ସ୍ଥାନରେ କାଳବୈଶାଖୀ ଆଣୁଛି ବର୍ଷା, ପବନ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ ଏପରି କାଳବୈଶାଖୀ ସ୍ଥିତି। ମାତ୍ର କାଳବୈଶାଖୀ ସତ୍ତେ୍ୱ ରାଜ୍ୟରେ ଗରମ ପ୍ରକୋପରୁ ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା ଦେଖାଯାଉନି।

ଆଜି ପାଇଁ ୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଝଡ ବର୍ଷା ହେଇପାରେ।ସେହିପରି ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ ସୁନ୍ଦରଗଡକୁ ୟେଲୋ ସତର୍କତା ଜାରି ହୋଇଛି। ୧୮ ତାରିଖ ପାଇଁ ୯ଟି ଜିଲ୍ଲା ଓ ୧୯ ତାରିଖ ପାଇଁ ୫ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ଏହି ସମୟରେ ବିଜୁଳି ଘଡଘଡି ବର୍ଷା ସହିତ ସର୍ବାଧିକ ୫୦ରୁ ୬୦ କିଲୋମିଟର ଯାଏଁ ପବନ ମଧ୍ୟ ବହିବ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଦେବ। ଅନ୍ୟପଟେ ତାତି ଓ ଆର୍ଦ୍ରତା ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *