Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭିସୁଟ୍ରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ । ଏପ୍ରିଲ ୧୦ ତାରିଖରେ ଜଣେ ଛାତ୍ରୀ ଫିସରି ଅଞ୍ଚଳରେ ବୁଡି ମୃତ୍ୟୁ ବରଣ କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍ କର୍ତ୍ତୃପକ୍ଷ । କେବଳ ସେତିକି ନୁହେଁ, ୫ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।

୧୦୦ ଛାତ୍ରଙ୍କ ଉପରେ କ୍ଲାସରେ କମ୍‌ ଉପସ୍ଥିତି ସହ ବିଭିନ୍ନ କାରଣକୁ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ଖେଳ ପ୍ରତିଯୋଗିତାରେ ଭାଗ ନେବା ଉପରେ କଟକଣା । ମେଡାଲ, ଏକାଡେମୀ ପୁରସ୍କାରରୁ ବାଦ୍‌ ସହ ଜରିମାନା ଦେବାକୁ ନିର୍ଦ୍ଦେଶ । ଏହାସହିତ ସେମାନଙ୍କଠାରୁ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜରିମାନା ଆଦାୟ କରାଯିବ ଏବଂ ଗ୍ରେଡ୍ ହ୍ରାସ ନେଇ ଦଣ୍ଡବିଧାନ କରାଯିବାକୁ ନିର୍ଦେଶ ଦିଆଯାଇଛି । ଭିନ୍ନଭିନ୍ନ ଛାତ୍ରଛାତ୍ରୀଙ୍କ ଉପରେ ଭିନ୍ନଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।

ସମ୍ପୃକ୍ତ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା, ପଦକ ପାଇଁ ଅନୁଷ୍ଠିତ ହେଉଥିବା ଅନ୍ୟାନ୍ୟ ପ୍ରତିଯୋଗିତା ଏବଂ ପୁରସ୍କାର ସମାରୋହ ଭଳି ଶୈକ୍ଷିକ ସ୍ୱୀକୃତିରେ ଅଂଶଗ୍ରହଣ କରିବାରୁ ମଧ୍ୟ ବାରଣ କରାଯାଇଛି । ଏହା ସହ ୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି ।ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଗୁରୁତ୍ୱାରୋପ କହିଛନ୍ତି ଯେ ଏହି ପଦକ୍ଷେପଗୁଡ଼ିକ କେବଳ ଦଣ୍ଡମୂଳକ ନୁହେଁ। “ଆମର ଲକ୍ଷ୍ୟ ସଂସ୍କାରମୂଳକ–ସମ୍ମାନ ଏବଂ ଦାୟିତ୍ୱର ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ସହିତ ଶୈକ୍ଷିକ ବାତାବରଣରେ ପରିଚାଳିତ କ୍ୟାମ୍ପସ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ।

Leave a Reply

Your email address will not be published. Required fields are marked *