ନ୍ୟୁଜ ଡେକ୍ସ : ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିବା ଥର୍ ଗାଡ଼ି ଧରାପଡ଼ିଛି । ସିସିଟିଭି ଫୁଟେଜ୍ ଆଧାରରେ ଜଟଣୀ ଅଂଚଳରୁ ଜବତ କଲା ଖଣ୍ଡଗିରି ଥାନା ପୋଲିସ । ଜଟଣୀ ଥାନା ନିକଟରେ ଥର୍ ରଖି ଫେରାର୍ ହୋଇଯାଇଥିଲେ ଡ୍ରାଇଭର । ଭୁବନେଶ୍ୱରର ପାତ୍ରପଡ଼ା ଜାତୀୟ ରାଜପଥରେ ଶନିବାର ମା’, ଝିଅ ଓ ପୁଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା ଥର୍ ଗାଡ଼ି ।
ସୂଚନାଥାଉକି ରାସ୍ତା ପାରି ହେବା ସମୟ ରେ ପଛରୁ ସ୍କର୍ପିଓ ଓ ଥାର ଦୂର୍ତ ଗତିରେ ଆସି ଦୁର୍ଘଟଣା କରିଥିବା ଅଭିଯୋଗ ହୋଇଛି । ତେବେ CCTV ଆଧାରରେ ଖଣ୍ଡଗିରି ଥାନା ପୋଲିସ୍ ଜଟଣୀ ଅଂଚଳରୁ ଜବତ କରିଛି ଉକ୍ତ ଥର୍ ଗାଡି । ଜଟଣୀ ଥାନା ନିକଟରେ ଥର୍ ରଖି ଫେରାର୍ ହୋଇଯାଇଥିଲେ ଡ୍ରାଇଭର୍ ।
ଖବରମୁତାବକ , ବର୍ତ୍ତମାନ ଉଭୟ ମା’, ଦୁଇ ବର୍ଷ ର ପୁଅ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତେ ପାତ୍ରପଡା ଫୁଲେଶ୍ୱରୀ ବସ୍ତିର ବାସିନ୍ଦା ବୋଲି ଜଣା ପଡିଛି ।ଅନ୍ୟପଟେ ଭୁବନେଶ୍ୱର ପାତ୍ରପଡ଼ାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫୁଲେଶ୍ୱରୀ ବସ୍ତିର ଲୋକେ । ଫୁଟ୍ ଓଭର୍ ବ୍ରିଜ୍ ନିର୍ମାଣ ଦାବିରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି । NH ଅବରୋଧ ଯୋଗୁଁ ଉଭୟ ପଟରେ ଅଟକିଛି ଶହ ଶହ ଗାଡ଼ି ।
