Thu. Oct 23rd, 2025

ନ୍ୟୁଜ ଡେକ୍ସ: ପାରାଦୀପ ବନ୍ଦର MPB ବର୍ଥରେ ଅଘଟଣ ଘଟିଛି। କ୍ରେନରୁ ଭାଙ୍ଗି ଜାହାଜ ଉପରେ ଖସି ପଡ଼ିଛି ଓଜନିଆ ବୁମ୍ ଗ୍ରାଫ୍। ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଏହା କ୍ରେନ୍ ର ରୋପ୍ ଛିଡିବା କାରଣରୁ କି କ୍ରେନ୍ ର ଡେଣା ଭାଙ୍ଗିବା କାରଣ ରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି। ତେବେ ସୂଚନା ମୁତାବକ, ତେବେ ଏହି ଜାହାଜର ନାମ ଏମଭି ଆମନସି ମାକ୍ସିମୁ୍ସ ବୋଲି ଜଣାପଡ଼ିଛି। ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।

ତେବେ ଏହି କ୍ରେନ୍ ଟି ଜାହାଜ ଉପରେ ଛିଡି ପଡ଼ିବା ପରେ ଜାହାଜର କର୍ମଚାରୀ ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସୁଚନା ମିଳିନାହିଁ। ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଅଘଟଣ ପରେ ଜାହଜରୁ ଅନଲୋଡିଂ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *