Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଉଛି ସିଲଭର ସିଟି କଟକ। ତେବେ ପାର୍ବଣ ପାଇଁ କଟକରେ କଟକଣା ଲାଗିଛି। ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ସିନ୍ଦେ । 

ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଡିଜେ, ଏଲଇଡି ଲାଇଟ୍, ଫାୟାର ଗନ୍ ବାରଣ କରାଯାଇଛି। ପୂଜା ପେଣ୍ଡାଲ, ଭସାଣ ଶୋଭାଯାତ୍ରା ଏବଂ ବାଲିଯାତ୍ରାରେ ଏସବୁର ବ୍ୟବହାରକୁ ମନା କରାଯାଇଛି । ପୂଜା ପେଣ୍ଡାଲ, ଭସାଣ ଶୋଭାଯାତ୍ରା, ବାଲିଯାତ୍ରାରେ ଡିଜେ, ଏଲଇଡି ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି ।

ଅଧିକ ଶବ୍ଦ କରୁଥିବା ବାଣ ପାର୍ବଣ ଓ ବାଲିଯାତ୍ରାରେ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଛି । କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ଶବ୍ଦ କରୁଥିବା ବାଣ, ପାର୍ବଣ ଓ ବାଲିଯାତ୍ରାରେ ଫୁଟାଇବାକୁ ବାରଣ କରାଯାଇଛି। କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଥାନାର ଆଇଆଇସିମାନେ ଏହି ନିୟମକୁ କଡାକଡି ଲାଗୁ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *